Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେଲେ ବାଚସ୍ପତି
ଆଜିର ଖବର

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେଲେ ବାଚସ୍ପତି

September 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Speaker Attends Commonwealth Women Parliamentarians Meet
Speaker Attends Commonwealth Women Parliamentarians Meet

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ, ଲୋକସଭାକୁ ୭୪ ଜଣ ମହିଳା ନିର୍ବାଚିତ ହୋଇଥିଲେ-ଯାହା ସଦନର ମୋଟ ସଦସ୍ୟ ସଂଖ୍ୟାର ୧୩.୬ ପ୍ରତିଶତ। ଭାରତର ପଞ୍ଚାୟତି ରାଜ ଅନୁଷ୍ଠାନଗୁଡ଼ିକରେ ୧୪.୫ ଲକ୍ଷରୁ ଅଧିକ ମହିଳା ନିର୍ବାଚିତ ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି, ଯାହା ମୋଟ ପ୍ରତିନିଧିଙ୍କ ପ୍ରାୟ ୪୬ ପ୍ରତିଶତ। ଭାରତର ଅନୁଷ୍ଠାନଗୁଡ଼ିକରେ ମହିଳାମାନେ କେବଳ ଅଂଶଗ୍ରହଣ କରନ୍ତି ନାହିଁ, ବରଂ ଦକ୍ଷତାର ସହ କାର୍ଯ୍ୟ କରନ୍ତି ଏବଂ ନେତୃତ୍ୱ ନିଅନ୍ତି । ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ ଉଦ୍ଦେଶ୍ୟରେ ଭାରତ ୧୦୬ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩’ ପ୍ରଣୟନ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି।

ଦକ୍ଷିଣ ଆଫି୍ରକାର କେପ୍ଟାଉନ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର କରାଇଛି । ଶିଶୁ ଯନି ଏବଂ ପରିଷ୍କାର ପାଣିର ସୁବିଧା, ଋଣ ଏବଂ ଡିଜିଟାଲ୍ ସେବାର ଉପଲବ୍ଧତା ମହିଳାଙ୍କୁ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିଛି । ଯେତେବେଳେ ଜଣେ ମହିଳା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତି, ସେ କେବଳ ଜଣେ ମହିଳାଙ୍କ ଦୃଷ୍ଟିକୋଣ ନେଇ ଆସନ୍ତି ନାହିଁ ବରଂ ସେ ଜଣେ ନାଗରିକ, ଏକ ସମ୍ପ୍ରଦାୟ ଏବଂ ଏକ ରାଷ୍ଟ୍ରର ଅନୁଭୂତି ବହନ କରି ଆସନ୍ତି । ‘କମନଲେଥ୍ ୱିମେନ୍ ପାର୍ଲିଆମେଣ୍ଟାରିଆନ୍ସ’ ନେଟୱାର୍କ ୧୮୦ରୁ ଅଧିକ ଜାତୀୟ ଓ ଆଞ୍ଚଳିକ ସଂସଦର ୬,୦୦୦ରୁ ଅଧିକ ମହିଳାଙ୍କୁ ପ୍ରତିନିଧିିତ୍ୱ କରୁଛି । ଏହାର ପରିସର ପ୍ରଭାବଶାଳୀ ହେଲେ ମଧ୍ୟ ପ୍ରତିନିଧିିଗତ ବ୍ୟବଧାନ ହ୍ରାସ କରିବା ଦିଗରେ ଆହୁରି ଅନେକ କାର୍ଯ୍ୟ କରିବାକୁ ହେବ ବୋଲି ବାଚସ୍ପତି କହିଛନ୍ତି ।

ଏହି ସମ୍ମିଳନୀରେ ରାଜ୍ୟଗୋଷ୍ଠୀ ସମୂହର ମହିଳା ବାଚସ୍ପତି, ସାଂସଦ, ବିଧାୟକ ଓ ମନ୍ତ୍ରୀମାନେ ଯୋଗଦେଇଥିବାବେଳେ ଉତ୍ତରାଖଣ୍ଡର ବାଚସ୍ପତି ରୀତା ଖଣ୍ଡୁରୀ, ଆନ୍ଧ୍ରପ୍ରଦେଶର ସାଂସଦ ପୁରନ୍ଦେଶ୍ୱରୀ ଓ ପଶ୍ଚିମବଙ୍ଗର ସାଂସଦ ରଚନା ବାନାର୍ଜୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସମେତ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ସଚିବ ସତ୍ୟବ୍ରତ ରାଉତ ମଧ୍ୟ କେପ୍ଟାଉନ୍ ଗସ୍ତରେ ଯାଇଛନ୍ତି ।

ସୁରମା ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାୟୁସେନାକୁ ତେଜସ୍ ଏବଂ HTT-40 ବିମାନ ହସ୍ତାନ୍ତର କଲା HAL

September 19, 2026

ସେପ୍ଟେମ୍ବର ୧୯ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 19, 2026

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

September 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026
Latest News

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେଲେ ବାଚସ୍ପତି

September 19, 2026

ବାୟୁସେନାକୁ ତେଜସ୍ ଏବଂ HTT-40 ବିମାନ ହସ୍ତାନ୍ତର କଲା HAL

September 19, 2026

ସେପ୍ଟେମ୍ବର ୧୯ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 19, 2026

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

September 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.