Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’
ଆଜିର ଖବର

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା'ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା
ମା'ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା

ବାଲୁଗାଁ/ବାଣପୁର: ଶ୍ରୀକ୍ଷେତ୍ର ପରିଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ବାରମାସରେ ତେର ପର୍ବ, ତନ୍ମଧ୍ୟରୁ ମା’ଙ୍କ ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀ ତିଥିରେ ପାଣି ତୋଳା (ଚିଲିକାରେ ନୌବିହାର) ମା’ଙ୍କ ମାନବୀୟ ଲୀଳାର ଏକ ଅନନ୍ୟ ପର୍ବ। ସାଧାରଣତଃ ପର୍ବପର୍ବାଣୀରେ ଜନସମାଜରେ ବନ୍ଧୁବାନ୍ଧବ ଭାଇ ଭଣୀଙ୍କୁ ଯେପରି ଲୋଡାଯାଏ ମା’ ଦେବୀ ଠାକୁରାଣୀ ଚଳିତ ଶାରଦୀୟ ପର୍ବକୁ ବିଶ୍ୱାସର ପ୍ରତୀକ ଚାରିଦିଗ ରକ୍ଷାକାରିଣୀ ଭଉଣୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର ପରମ୍ପରା ଅନନ୍ୟ।

ପ୍ରଚ଼ଳିତ ପରମ୍ପରା ଅନୁସାରେ ମା’ ଲଳିତା ସପ୍ତମୀର ସାନ୍ଧ୍ୟକାଳରେ ପିତ୍ରାଳୟ ଦକ୍ଷ ପ୍ରଜାପତି ମନ୍ଦିରରୁ ଥାଟପଟୁଆର ସହ ନିଯୋଗୀ ସେବାୟତଙ୍କୁ ସାଥିରେ ନେଇ ପୂର୍ବ ଦିଗ ରକ୍ଷାକାରିଣୀ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ଭଉଣୀ କାଳିଜାଇଙ୍କୁ ନିମନ୍ତ୍ରଣ କରିବାକୁ ଚ଼ିଲିକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା ପଥରେ ଅନ୍ତରକିଆରୀ, ବାଲୁଗାଁ ପାଟଣା ସାହି, ଗୁଣ୍ତୁରୁ ପୁର, ସାମନ୍ତରାପୁର ଗ୍ରାମ ପରିକ୍ରମା କରି ଚିଲିକା କୂଳରେ ପହଞ୍ଚିଥିଲେ।

ରାତ୍ର ଦୁଇ ପ୍ରହର ଠାରେ ସେଠାରୁ ନିଯୋଗୀ ସେବାୟତଙ୍କୁ ସାଥିରେ ନେଇ ସୁସଜ୍ଜିତ ନୌକାରେ ବସି କେବଳ ଯୋଡ଼ି ମଶାଲର ଦିକି ଦିକି ଆଲୁଅରେ ଚ଼ିଲିକାର ନୀଳ ଜଳରାଶିରେ ନୌବିହାର କରୁ କରୁ ମା’ କାଳିଜାଇଙ୍କୁ ଆବାହନ ଆଳତୀ ବନ୍ଦାପନା କରି ପୀଠରୁ ଭାସି ଆସୁଥିବା ଆଜ୍ଞାମାଳକୁ ପାଣିରୁ ତୋଳି ଧରି କୂଳକୁ ବାହୁଡ଼ିଥିଲେ।

ଦୁଇ ଭଉଣୀ ସେଠାରୁ ପୁଣି ପାରମ୍ପରିକ ରୀତିନୀତିରେ ପନ୍ତିଭୋଗ ସେବନ ନିମନ୍ତେ ସାମନ୍ତରାପୁରର ସାମନ୍ତରାଙ୍କ ଦୁଆରେ ପ୍ରତିନିଧି ଅମ୍ବିକା ପ୍ରସାଦ ଏବଂ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହଜାରେ ଆଠ ଶରାରେ ଖୀରି କାକରା ମଣ୍ଡା ଖେଚ଼ଡ଼ି ମାଛ ବଳିପୋଡ଼ା ଗ୍ରହଣ କରି ସେଠାରୁ ପତିତପାବନ ମନ୍ଦିର, ଗୁଣ୍ଡୁରୁପୁର, ଗଙ୍ଗାମାତା ମଠ, ମୋହନଗୋସ୍ୱାନୀ ଗାଦି, ଅନୁରକିଆରୀ ଗ୍ରାମ ଏବଂ ପୂଜକଙ୍କ ଦୁଆରେ ପାରମ୍ପରିକ ପନ୍ତି ଭୋଗ ସେବନ କରି ପିତ୍ରାଳୟକୁ ଫେରିବା ପରେ ଦୁର୍ଗାଷ୍ଟମୀ ତିଥିରେ ମା’ଙ୍କ ଶୟନ ନୀତିକାନ୍ତି ପାଳନ କରାଯାଇଥିଲା।

ଆଜିଠାରୁ ମା’ ଠାକୁରାଣୀଙ୍କ ଶୟନ ଆରମ୍ଭ। ଏହି ସମୟରେ ମନ୍ଦିରରେ ମା’ଙ୍କ ନିଦ୍ରାଭଙ୍ଗନ ହେବା ପାଇ ନୀତିକାନ୍ତିରେ ଘଣ୍ଟକାହାଳୀ ବାଜିବନାହିଁ। ଚ଼ଳିତ ଭାଦ୍ରବ ଚତୁର୍ଦ୍ଦଶୀ ତିଥିରେ ମା’ଙ୍କ ପାର୍ଶ୍ଵ ପରିବର୍ତ୍ତନ ଏବଂ ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥିରୁ ଦେବୀ ଶୟନରୁ ଉଠିବା ପରେ ପୀଠରେ ପ୍ରସିଦ୍ଧ ଶାରଦୀୟ ପର୍ବ ଆରମ୍ଭ ହେବ। ମା’ଙ୍କର ଏହି ନୌବିହାର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀବାଳମୁକୁନ୍ଦ ଦାସଙ୍କ ଅନୁରୋଧକ୍ରମେ ବାଣପୁର ତହସିଲ୍ ଦାର ତଥା ମନ୍ଦିର ପ୍ରଶାସନ ସଭାପତି ହରପ୍ରିୟା ମଲ୍ଲିକ, ଚ଼ିଲିକା ତହସିଲ୍ ଦାର କାହ୍ନୁଚରଣ ଘଡ଼େଇ ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧିକାରୀ ସଞ୍ଜୟକୁମାର ପଟ୍ଟନାୟକ, ବାଣପୁର-ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶପରୀଡ଼ା ଏବଂ ଶ୍ରଦ୍ଧା ନାୟକ, ଚ଼ିଲିକା ଉନ୍ନୟନ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ଳାନ ନାୟକ, କାଳିଜାଇ ମୋଟର ବୋଟ୍ ସଂଘର ସଂପାଦକ କୃଷ୍ଣଚନ୍ଦ୍ର ବେହେରା କାର୍ଯ୍ୟାଳୟ ରକର୍ମଚାରୀ ଗଣ ଉପସ୍ଥିତ ରହି ଏହି ଯାତ୍ରାକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।

ଅନନ୍ୟ ପର୍ବ ନୌବିହାର ପାଣିତୋଳା ଯାତ୍ରା ମା'ଭଗବତୀ ମା'ସାଆନ୍ତାଣୀ ମାନବୀୟ ଲିଳା
Share. Facebook Twitter LinkedIn Email WhatsApp Copy Link

Related Posts

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026

କଥା କଟାକଟିରୁ ରଣକ୍ଷେତ୍ର, ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା

September 19, 2026

ନାଇଜର ହଷ୍ଟେଲରୁ ପଡ଼ି ଛାତ୍ର ମୃତ, ତଦନ୍ତ ଆରମ୍ଭ

September 19, 2026

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026
Latest News

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026

କଥା କଟାକଟିରୁ ରଣକ୍ଷେତ୍ର, ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା

September 19, 2026

ନାଇଜର ହଷ୍ଟେଲରୁ ପଡ଼ି ଛାତ୍ର ମୃତ, ତଦନ୍ତ ଆରମ୍ଭ

September 19, 2026

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.