ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ଅବସରରେ ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ଉପକୂଳକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ। ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭାଗିଦାରୀ ଉତ୍ସାହଜନକ। ଏହା ସହ ଉପକୂଳ ସ୍ୱଚ୍ଛତାର ଆବଶ୍ୟକତା ଓ ପରିବେଶ ସୁରକ୍ଷା ଉପରେ ଶ୍ରୀମତୀ ପରିଡା ଆଲୋକପାତ କରିଛନ୍ତି।
ଏହି ଅବସରରେ ‘ସ୍ୱଚ୍ଛ ଉପକୂଳ, ସୁସ୍ଥ ପରିବେଶ’ ପାଇଁ ଶପଥ ଗ୍ରହଣ ହୋଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଏଥିସହ ବ୍ଲୁ ଫ୍ଲାଗ୍ ବିଚ୍ରେ ‘କୋକୋନଟ୍ ବିଚ୍ କାଫେ’ର ଶୁଭ ଉଦ୍ଘାଟନ ମଧ୍ୟ ହୋଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


