Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିଗିରିଆ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ବ୍ରିକ୍‍-ଆଇଏଲ୍‌ଏସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ
ଆଜିର ଖବର

ତିଗିରିଆ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ବ୍ରିକ୍‍-ଆଇଏଲ୍‌ଏସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ

September 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୬
ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୬

ତିଗିରିଆ/କଟକ: ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୬ର ଅଂଶସ୍ୱରୂପ ଭୁବନେଶ୍ୱରସ୍ଥିତ ବ୍ରିକ୍-ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍-ଆଇଏଲ୍‍ଏସ୍‍) ପକ୍ଷରୁ ତିଗିରିଆସ୍ଥିତ ଏହାର ତୃତୀୟ କ୍ୟାମ୍ପସ୍‌ରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ପଦକ୍ଷେପ ଅଧୀନରେ ବ୍ରିକ୍-ଆଇଏଲ୍‍ଏସ୍‍ର ଏକ ଟିମ୍ ତିଗିରିଆର ପୋପରାସ୍ଥିତ ଆଦିବାସୀ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ପରିମଳ ଅଭିଯାନ ଚଳାଇଥିଲେ।

ବିଦ୍ୟାଳୟ ପରିସର, ଶୌଚାଳୟ ଆଦି ସଫା କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ଏହି ଟିମ୍। ବିଦ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରଖିବାକୁ ସେମାନେ ଉତ୍ସାହିତ କରିଥିଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ସ୍ୱଚ୍ଛତା ପ୍ରସାର କରିବା ନଥିଲା, ବରଂ ସ୍ୱଚ୍ଛତା ଓ ପରିମଳର ବୈଜ୍ଞାନିକ ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ମଧ୍ୟ ଥିଲା।

ଏହି କାର୍ଯ୍ୟକ୍ରମ ସମୟରେ, ଅନୁଷ୍ଠାନର ବୈଜ୍ଞାନିକ ଓ କର୍ମଚାରୀମାନେ ଏକ କ୍ୱିଜ୍ ପ୍ରତିଯୋଗିତା ଏବଂ ଆଲୋଚନାଚକ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ, ଯେଉଁଥିରେ ସ୍ୱଚ୍ଛତା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଏକ ସୁସ୍ଥ ପରିବେଶ ପଛରେ ଥିବା ବୈଜ୍ଞାନିକ କାରଣ ଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ବ୍ରିକ୍-ଆଇଏଲଏସ୍‍ର ବୈଜ୍ଞାନିକ-ଜି ଡ. ସତୀଶ ଦେବଦାସ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଲ୍‍ଏସ୍‍ର ଆଇଓ ଅମିତାଭ ରାଉତରାୟଙ୍କ ସମେତ ପରିତୋଷ ନାଥ, ପ୍ରଦୀପ ସାହୁ, ସୁରେଶ ସିଂହ, ଆଇଏଲ୍‍ଏସ୍‍ର ଗବେଷଣା ଛାତ୍ରଛାତ୍ରୀ ଏବଂ ଆଶ୍ରମ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ।

ଏହି ପଦକ୍ଷେପଦ୍ୱାରା ସ୍ୱଚ୍ଛତା କେବଳ ଏକ ନାଗରିକ ଦାୟିତ୍ୱ ନୁହେଁ, ବରଂ ଏକ ସୁସ୍ଥ ଓ ନିରନ୍ତର ସମାଜର ଅତ୍ୟାବଶ୍ୟକତା ବୋଲି ଅନୁଷ୍ଠାନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିଲା।

ତିଗିରିଆ ଆଦିବାସୀ ଆଶ୍ରମ ବିଦ୍ୟାଳୟ ବ୍ରିକ୍‍-ଆଇଏଲ୍‌ଏସ୍ ସ୍ୱଚ୍ଛତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026
Latest News

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.