Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜିର ଖବର

ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପେନ୍ ଇନ୍ ବୁକ୍ସ
ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ବରିଷ୍ଠ ଅଧିବକ୍ତା ଓ ସାମାଜିକକର୍ମୀ ମାଧବ ପ୍ରସାଦ ମିଶ୍ରଙ୍କ ପୁସ୍ତକ “କାରା କାହାଣୀ : ଜଣେ ମିସା ବନ୍ଦୀର ସଂଘର୍ଷ ଗାଥା” ଗତକାଲି ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଜରୁରୀ ପରିସ୍ଥିତି ଓ ମିସା ଆଇନର କଳା ଇତିହାସକୁ ନୂଆ ପିଢ଼ି ଜାଣିବା ଉଚିତ। ନିଜ ପୁଲାବେଳର ସ୍ମୃତି ମନେପକାଇ ବାପାଙ୍କ ବନ୍ଦୀ ଜୀବନରେ ଜଣେ ପୁତ୍ରର ପୀଡ଼ା ବଖାଣିଥିଲେ ଶ୍ରୀ ହରିଚନ୍ଦନ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜଣେ ମିସାବନ୍ଦୀ ବ୍ରଜକିଶୋର ତ୍ରିପାଠୀ ଜରୁରୀ ପରିସ୍ଥିତିକୁ ନିନ୍ଦା କରିବା ସହ ନିଜ ଜେଲ ଜୀବନର ଅଭିଜ୍ଞତା ବଖାଣିଥିଲେ। ତେବେ ଜରୁରୀ ପରିସ୍ଥିତି ହୋଇନଥିଲେ ସେ ଓ ତାଙ୍କ ଭଳି ଅନେକେ ରାଜନୀତିକୁ ଆସିନଥାଆନ୍ତେ ବୋଲି ସେ ସ୍ୱୀକାର କରିଥିଲେ। ଏପରିକି ଜରୁରୀ ପରିସ୍ଥିତି ଘୋଷଣା ହୋଇନଥିଲେ ବର୍ତ୍ତମାନ କ୍ଷମତାରେ ଥିବା ଦଳର ଉତ୍ଥାନ ମଧ୍ୟ ହୋଇନଥାଆନ୍ତା ବୋଲି ସେ ମତ ଦେଇଥିଲେ।

ତେବେ ଜରୁରୀ ପରିସ୍ଥିତି ଏବେ ବି ଅଦୃଶ୍ୟ ଭାବରେ ଘଟୁଛି ବୋଲି ଶ୍ରୀ ତ୍ରିପାଠୀ ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଆମର ଇତିହାସକାରମାନେ ଇତିହାସକୁ ବିକୃତ କରିଛନ୍ତି। ଆତ୍ମଜୀବନୀ ଓ ସ୍ମୃତିକଥା ହିଁ ଗୋଟିଏ ସମୟର ବିକଳ୍ପ ଇତିହାସ। ଜରୁରୀ ପରିସ୍ଥିତିକୁ ବିରୋଧ କଲାବେଳେ ଓ ମିସାବନ୍ଦୀଙ୍କୁ ସମ୍ମାନ ଦେବାବେଳେ ବର୍ତ୍ତମାନର ରାଜନେତାମାନେ ସଚେତନ ହେବା ଆବଶ୍ୟକ ଯେପରି ସେ ପରିସ୍ଥିତିର ପୁନରାବୃତ୍ତି ନହୁଏ। ପ୍ରସିଦ୍ଧ ଲେଖକ ଓ ଚିନ୍ତକ ଶ୍ରୀ ଦାଶ ବେନହୁର ପୁସ୍ତକର ସମୀକ୍ଷା କରିଥିଲେ।

ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ ନିଜର ବକ୍ତବ୍ୟରେ କହିଲେ ଯେ ଏବର ସରକାର ଆସିବା ପରେ ସମ୍ବିଧାନକୁ ସମ୍ମାନ ଦେବା ସହ ପାଞ୍ଚଦଶନ୍ଧି ତଳେ ଘଟିଥିବା ସମ୍ବିଧାନ ହତ୍ୟାର ସ୍ମୃତିଚାରଣ ମଧ୍ୟ କରୁଛି। ମିସାବନ୍ଦୀମାନଙ୍କୁ ସମ୍ମାନିତ କରୁଛି ବୋଲି ସେ କହିଥିଲେ। ଲେଖକ ଶ୍ରୀ ମିଶ୍ରଙ୍କୁ ମିସାବନ୍ଦୀ ଭାବରେ ସମ୍ମାନ ଓ ସ୍ୱୀକୃତି ଦେବା ଲାଗି ସେ ସରକାରଙ୍କ ନିକଟରେ ଉଦ୍ୟମ କରିବେ ବୋଲି କହିଥିଲେ ଅନ୍ୟତମ ସମ୍ମାନିତ ଅତିଥି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ। ଲେଖକୀୟ ବକ୍ତବ୍ୟରେ ଶ୍ରୀ ମିଶ୍ର ନିଜ ୧୮ମାସ ଜେଲ ଜୀବନର ଉପଲବ୍ଧି ଉପସ୍ଥାପନ କରିଥିଲେ।

କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱୀକୃତି ସ୍ୱରୂପା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଆସ୍ତିକ ମିଶ୍ର। ମଞ୍ଚ ପରିଚାଳନା କରିଥିଲେ ଚନ୍ଦ୍ରବିଜୟୀ ମିଶ୍ର।

ପେନ୍‌ ଇନ୍‌ ବୁକ୍ସ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମାଧବ ପ୍ରସାଦ ମିଶ୍ର ମିସା ମିସା ବନ୍ଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026
Latest News

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.