Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ
ଆଜିର ଖବର

ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ
ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ: ବହୁଚର୍ଚ୍ଚିତ ଚୌଦ୍ୱାର ଜେଲ୍‌ରୁ କଏଦୀ ଫେରାର ଏବଂ କାଗଜପତ୍ର ଜାଲିଆତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗିରଫଦାରୀରୁ ବଞ୍ଚିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଚଳାଇଥିବା ପୂର୍ବତନ ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ଶେଷରେ ପୋଲିସ ଗିରଫ କରିଛି। ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୨୫ ଅକ୍ଟୋବର ୨ ରାତିରେ ଚୌଦ୍ୱାର ଜେଲରୁ ଗ୍ରିଲ୍ କାଟି ଓ ପାଚେରୀ ଡେଇଁ ବିହାରର ଦୁଇ ବିଚାରାଧୀନ କଏଦୀ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ। ଏହି ଭୟଙ୍କର ପ୍ରଶାସନିକ ଅବହେଳା ପାଇଁ ଜେଲ୍ ବିଭାଗରେ ସୃଷ୍ଟି ହୋଇଥିଲା ତୀବ୍ର ଆଲୋଡ଼ନ, ଏବଂ ଘଟଣା ପରେ ସୁଜିତ ରାଉଳଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା। କଏଦୀ ଫେରାର ଦିନ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଜେଲ୍ ଗେଟ୍‌ରେ ଉପସ୍ଥିତ ନଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଗେଟ୍ ରେଜିଷ୍ଟରରେ ନିଜର ଉପସ୍ଥିତି ଦେଖାଇବାକୁ ଚେଷ୍ଟା କରିଥିଲେ। ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସେହି ଦିନ ତାଙ୍କ ମୋବାଇଲ୍ ଲୋକେସନ୍ ଖୋର୍ଦ୍ଧାରେ ଥିଲା। ନିଜ ଦୋଷ ଲୁଚାଇବାକୁ ସେ ସେତେବେଳର ଜେଲର ସନ୍ତୋଷିନୀ ଦାଶଙ୍କ ଜାଲ୍ ଦସ୍ତଖତ କରି ଏକ ନକଲି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଏଫଆଇଆର୍  ଦାୟର କରିଥିଲେ।

ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁଜିତ ରାଉଳ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେ ମୂଳ ଜେଲ୍ ମିନିଟ୍ ବୁକ୍ ଏବଂ ଅସଲି କାଗଜପତ୍ର ପୋଲିସକୁ ହସ୍ତାନ୍ତର କରିନଥିଲେ। ଫଳରେ ଗତ ଅଗଷ୍ଟ ୨୯ ରେ ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିବା ସହ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ହଟାଇ ଦେଇଥିଲେ। ହାଇକୋର୍ଟରୁ ନିରାଶ ହେବା ପରେ ସେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟରୁ କୌଣସି ଆଇନଗତ ଆଶ୍ୱସ୍ତି ମିଳିବା ପୂର୍ବରୁ ହିଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

#ChoudwarJail #CrimeNews #JailSuperintendent #PrisonerEscape
Share. Facebook Twitter LinkedIn Email WhatsApp Copy Link

Related Posts

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026

ଏକତା ନଗରରେ ସିସିଆଇସି ପାଭିଲିୟନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 1, 2026

‘ଅର୍ଣ୍ଣବ’ ପ୍ରଭାବରେ ବ୍ୟାହତ ବିଦ୍ୟୁତ୍ ସେବାର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

November 1, 2026
Latest News

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026

ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଶୁତୋଷ ଦୀକ୍ଷିତ

November 1, 2026

କପା ଆମଦାନୀ ଶୁଳ୍କ ଛାଡ଼ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.