Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା
ଆଜିର ଖବର

ପୂର୍ବତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା

September 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା
ପୂର୍ବତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ରେଳ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ସୌରଚାଳିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି।ସୌରଚାଳିତ ସିସିଟିଭି ଦ୍ୱାରା ନିରୀକ୍ଷଣ କରାଯାଉଥିବା ସ୍ଥାନଗୁଡ଼ିକରେ ବିଭିନ୍ନ ଅପରାଧ ଘଟଣାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି।

କ୍ୟାମେରା ସ୍ଥାପନ ପୂର୍ବରୁ ଜାନୁଆରୀରୁ ଅଗଷ୍ଟ ୨୦୨୫ ଏବଂ ସୌର ଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ ପରେ ଜାନୁଆରୀରୁ ଅଗଷ୍ଟ ୨୦୨୬ ମଧ୍ୟରେ ଘଟିଥିବା ଅପରାଧିକ ଘଟଣାଗୁଡ଼ିକର ଏକ ତୁଳନାତ୍ମକ ବିଶ୍ଳେଷଣରୁ ଜଣାପଡ଼େ ଯେ ରେଳବାଇ ସହ ଜଡ଼ିତ ବିଭିନ୍ନ ବର୍ଗର ମାମଲାରେ ଉଲ୍ଲେଖନୀୟ ହ୍ରାସ ଘଟିଛି।

ଅପରାଧ ଘଟଣାରେ ପ୍ରଭାବ:

ସାବୋଟାଜ୍/ବାହ୍ୟ ବସ୍ତୁ ରଖିବା: ମାମଲା ସଂଖ୍ୟା ୧ରୁ ୦କୁ ଖସିଛି (୧୦୦% ହ୍ରାସ)
କେବୁଲ୍ କାଟିବା: ମାମଲା ସଂଖ୍ୟା ୧୦ରୁ ୧କୁ ଖସିଛି (୯୦% ହ୍ରାସ)
ପଥର ଫିଙ୍ଗିବା: ମାମଲା ସଂଖ୍ୟା ୨୦ରୁ ୩କୁ ଖସିଛି (୮୫% ହ୍ରାସ)
ଯାତ୍ରୀଙ୍କ ସାମଗ୍ରୀ ଚୋରି: ମାମଲା ସଂଖ୍ୟା ୨ରୁ 0କୁ ଖସିଛି (୧୦୦% ହ୍ରାସ)
ଆଲାର୍ମ ଚେନ୍ ଟାଣିବା: ମାମଲା ସଂଖ୍ୟା ୧୫୮ରୁ ୨୯କୁ ଦ୍ରୁତ ଗତିରେ ହ୍ରାସ ପାଇଛି (୮୨% ହ୍ରାସ)
ଅନ୍ୟାନ୍ୟ ଅପରାଧ: ମାମଲା ସଂଖ୍ୟା ୯ରୁ ୧କୁ ଖସିଛି (୯୦% ହ୍ରାସ)

ସାମଗ୍ରିକ ଭାବେ, ଏହି ବର୍ଗଗୁଡ଼ିକରେ ରିପୋର୍ଟ ହୋଇଥିବା ମୋଟ ଘଟଣା ସଂଖ୍ୟା ୨୦୨୫ ମସିହା ଜାନୁଆରୀରୁ ଅଗଷ୍ଟ ୨୦୨୫ ମଧ୍ୟରେ ୨୦୦ ମାମଲା ଥିବାବେଳ ୨୦୨୬ ମସିହାର ସମାନ ଅବଧିରେ ଏହା ହ୍ରାସ ପାଇ ୩୪କୁ ପହଞ୍ଚିଛି, ଅର୍ଥାତ୍‌ ସୌରଚାଳିତ ସିସିଟିଭି ନିରୀକ୍ଷଣ ହେବା ଦ୍ୱାରା ସେହି ସ୍ଥାନଗୁଡ଼ିକରେ ମୋଟ ମାମଲାର ପ୍ରାୟ ୮୩% ହ୍ରାସ ଘଟିଛି।

ସୌରଚାଳିତ ସିସିଟିଭି କ୍ୟାମେରାଗୁଡ଼ିକୁ ଷ୍ଟେସନ ପରିସର, ଲେଭଲ୍ କ୍ରସିଂ, ବ୍ରିଜ, ନିଛାଟିଆ ରେଳ ଧାରଣା, ୟାର୍ଡ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଣନୀତିକ ଭାବେ ସ୍ଥାପନ କରାଯାଇଛି। ପାରମ୍ପରିକ ବିଦ୍ୟୁତ ଯୋଗାଣ ସୀମିତ କିମ୍ବା ଅନୁପଲବ୍ଧ ଥିବା ଦୁର୍ଗମ ସ୍ଥାନଗୁଡ଼ିକରେ ମଧ୍ୟ ଏହି ବ୍ୟବସ୍ଥା ନିରନ୍ତର ନିରୀକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛି।

ରିଅଲ ଟାଇମ୍ ମନିଟରିଂ ଏବଂ ରେକର୍ଡ ହୋଇଥିବା ଫୁଟେଜ୍ ର ଉପଲବ୍ଧତା ରେଳ ଅଧିକାରୀ ଏବଂ ସୁରକ୍ଷା କର୍ମଚାରୀଙ୍କର ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ କରିବା, ଘଟଣାର ତୁରନ୍ତ ପ୍ରତିକ୍ରିୟା ଦେବା ଏବଂ ତଦନ୍ତରେ ସହାୟତା କରିବାର କ୍ଷମତାକୁ ମଜବୁତ କରିଛି। କ୍ୟାମେରା ସ୍ଥାପନ ପରେ ରିପୋର୍ଟ ହୋଇଥିବା ସମସ୍ତ ମାମଲା ଚିହ୍ନଟ ହୋଇଥିଲା, ଯାହା ନିରୀକ୍ଷଣ ଆଧାରିତ ମନିଟରିଂର ପ୍ରଭାବଶୀଳତାକୁ ଦର୍ଶାଏ। ଦୁର୍ବଳ ସ୍ଥାନଗୁଡ଼ିକରେ ମନିଟରିଂକୁ ଆହୁରି ମଜବୁତ କରିବା ପାଇଁ ଡ୍ରୋନ ନିରୀକ୍ଷଣକୁ ମଧ୍ୟ ବ୍ୟାକଅପ ଭାବେ ବ୍ୟବହାର କରାଯାଉଛି।

ଅପରାଧ ଘଟଣାରେ ଏହି ଉଲ୍ଲେଖନୀୟ ହ୍ରାସ ରେଳ ନିରାପତ୍ତା ଓ ସୁରକ୍ଷା ବୃଦ୍ଧିରେ ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣର ପ୍ରତିରୋଧକ ଓ ନିବାରକ ପ୍ରଭାବକୁ ପ୍ରଦର୍ଶିତ କରୁଛି। ଏହି ପଦକ୍ଷେପ ରେଳ ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସୌର ଶକ୍ତି ଏବଂ ସ୍ଥାୟୀ ପ୍ରଯୁକ୍ତିର ବ୍ୟବହାର ପ୍ରତି ପୂର୍ବ ତଟ ରେଳପଥର ନିରନ୍ତର ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି।

ଉଲ୍ଲେଖନୀୟ ଯେ, ସୌରଚାଳିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥାର ଏହି ପଦକ୍ଷେପକୁ ପୂର୍ବ ତଟ ରେଳପଥ ପକ୍ଷରୁ ଏକ ପାଇଲଟ୍ ପ୍ରକଳ୍ପ ଭାବେ ପରିକଳ୍ପନା କରାଯାଇ କାର୍ଯ୍ୟକାରୀ କରାଯାଇଥିଲା, ଯାହା ଭାରତୀୟ ରେଳରେ ଏଭଳି ପ୍ରଥମ ପଦକ୍ଷେପଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବ୍ୟବସ୍ଥାର ଉତ୍ସାହଜନକ ଫଳାଫଳ ଓ ପ୍ରମାଣିତ ପ୍ରଭାବଶୀଳତାକୁ ଦେଖି ଅନ୍ୟାନ୍ୟ ରେଳ ଜୋନ୍‌ଗୁଡ଼ିକ ମଧ୍ୟ ସେମାନଙ୍କର ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସମାନ ସୌରଚାଳିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି।

ଏହି ପଦକ୍ଷେପର ସଫଳତା ଦ୍ୱାରା ପୂର୍ବତଟ ରେଳପଥ ପ୍ରଯୁକ୍ତିଭିତ୍ତିକ ଓ ସ୍ଥାୟୀ ରେଳ ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ମାନଦଣ୍ଡ ଭାବେ ନିଜର ସ୍ଥାନକୁ ସୁଦୃଢ଼ କରିଛି। ଏହା ନବୀନତା ଓ ପ୍ରଯୁକ୍ତିଭିତ୍ତିକ ରେଳ ନିରାପତ୍ତା ପଦକ୍ଷେପ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକାକୁ ଆହୁରି ସୁଦୃଢ଼ କରୁଛି।

ଅପରାଧ ହ୍ରାସ ଉଲ୍ଲେଖନୀୟ ସଫଳତା ପୂର୍ବତଟ ରେଳପଥ ସିସିଟିଭି ନେଟୱର୍କ ସୌର ଶକ୍ତି ଚାଳିତ ସିସିଟିଭି
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.