Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ
ଆଜିର ଖବର

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

ବଲାଙ୍ଗୀର: ଟ୍ରେନ୍ ମାଧ୍ୟମରେ ଦୂରଦୂରାନ୍ତକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଟିଟିଲାଗଡ଼ ଜିଆର୍‌‌ପି ପୁଲିସ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ୍‌ ଗାଡ଼ିରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ୬ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାମାନଙ୍କ ନିକଟରୁ ମୋଟ ୩୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୂର୍ବରୁ ଗୁପ୍ତ ସୂଚନା ପାଇବା ପରେ ଟିଟିଲାଗଡ଼ ଜିଆର୍‌ପି ପୁଲିସ ସମତା ଏକ୍ସପ୍ରେସ୍‌ର ବିଭିନ୍ନ ବଗିରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିଥିଲା। ଏହି ଯାଞ୍ଚ ସମୟରେ କିଛି ମହିଳା ସନ୍ଦେହଜନକ ଭାବେ ଯାତ୍ରା କରୁଥିବା ପୁଲିସର ନଜରକୁ ଆସିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବ୍ୟାଗ ଭିତରୁ ବିପୁଳ ଗଞ୍ଜେଇ ଠାବ ହୋଇଥିଲା। ଏହାପରେ ପୁଲିସ ଗଞ୍ଜେଇ ଜବତ କରିବା ସହ ସେହି ୬ ଜଣ ମହିଳାଙ୍କୁ ଗିରଫ କରିଥିଲା।

ଗିରଫ ମହିଳାମାନଙ୍କ ମଧ୍ୟରେ ସଇଁତଳାର କୁଆରଗାଁ, କଳାହାଣ୍ଡିର କର୍ଲାମୁଣ୍ଡା ଓ ବରଗଡ଼ର ବିଜେପୁର ଅଞ୍ଚଳର ମହିଳା ଥିବା ବେଳେ ଦକ୍ଷିଣ ଦିଲ୍ଲୀର ଦୁଇ ଜଣ ମହିଳା ମଧ୍ୟ ସାମିଲ ରହିଛନ୍ତି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ନେଇ ଜିଆର୍‌ପି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଗଞ୍ଜେଇ ଚୋରାଚାଲାଣ ସମତା ଏକ୍ସପ୍ରେସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026
Latest News

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.