Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ
ଆଜିର ଖବର

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: ରାଜ୍ୟରେ ଚହଳ ପକାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ମାମଲାରେ ଏକ ବଡ଼ ଅଗ୍ରଗତି ଘଟିଛି। ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ସରପଞ୍ଚଙ୍କ ସହ ମାରପିଟ୍‌, ଅଭାବନୀୟ ବ୍ୟବହାର ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗର ତଦନ୍ତ ଭାର ଏବେ ଜାତୀୟ ମାନବାଧିକାର କମିଶନ୍ (ଏନଆରଏଚସି) ହାତକୁ ନେଇଛନ୍ତି।

ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର କମିଶନଙ୍କ ଦିଲ୍ଲୀ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଆଗୁଆ ଅବଗତ କରାଯାଇଛି। ମାମଲାର କ୍ଷେତ୍ରସ୍ତରୀୟ ଅନୁସନ୍ଧାନ ପାଇଁ କମିଶନଙ୍କ ଏକ ୩ ଜଣିଆ ବିଶେଷ ଟିମ୍ ଆସନ୍ତା ଅକ୍ଟୋବର ୫ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିବେ।

ଏହି ଗସ୍ତ କାଳରେ ଏନଏଚଆରସି ଟିମ୍ ଘଟଣା ସହ ସମ୍ପୃକ୍ତ ସମସ୍ତ ପ୍ରତ୍ୟକ୍ଷଦର୍ଶୀ ଓ ପକ୍ଷମାନଙ୍କୁ ଭେଟି ବୟାନ ରେକର୍ଡ କରିବେ। ବିଶେଷ କରି ମହାକାଳପଡ଼ା ବିଡିଓ, ବ୍ଲକ୍‌ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ, ଘଟଣା ସମୟରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ମହାକାଳପଡ଼ା ଥାନା ପୋଲିସ, ମାମଲାର ତଦନ୍ତକାରୀ ଅଧିକାରୀ ଏବଂ ମେଡିକାଲ୍ ରିପୋର୍ଟ ପ୍ରସ୍ତୁତ କରିଥିବା ଡାକ୍ତରଙ୍କୁ ଟିମ୍ ପଚରାଉଚୁରା କରିବ। ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ମାନବାଧିକାର ଉଲ୍ଲଂଘନକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏନଏଚଆରସିଙ୍କ ଆସିବା ଖବର ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଚାମେଲି ଓଝା ଜାତୀୟ ମାନବାଧିକାର କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026
Latest News

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.