Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଆଜିର ଖବର

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋରଧା: ଆଜି ପବିତ୍ର ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ସଦର ମହକୁମା, ଖୋରଧା ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି। ପୂର୍ବାହ୍ନରେ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଖୋରଧା ଡାକବଙ୍ଗଳା ସନ୍ନିକଟ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ଅର୍ଦ୍ଧ ବୟବ ପ୍ରତି ମୂର୍ତ୍ତିରେ ଗଣମାଧ୍ୟମ ପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଗହଣରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଓ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ସମ୍ମାନିତ ଅତିଥି ଭାବେ ସଦର ତହସିଲଦାର ବିଭାଶ ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ସୁବୋଧ କୁମାର ଜଗଦ୍ଦେବ ଯୋଗଦେଇ ଗାନ୍ଧୀ ଓ ଶାତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ମାମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସମାରୋହକୁ ଉଦ୍ଘାଟନ କରିଥିଲେ।

ପରେ ସଭାପତି ମୁଖ୍ୟଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା ଓ ହିନ୍ଦୁ ଧର୍ମ ଜାକକ ପଣ୍ଡିତ ସୁଶାନ୍ତ କୁମାର ମିଶ୍ର, ଇସଲାମ ଧର୍ମ ଜାଜକ ମଉଲାନା ଖତି ଉଦ୍ଦିନ ଏବଂ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ମାନୁଆଲ କରାଡାଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ହିନ୍ଦୁ ଧର୍ମ, ଇସଲାମ ଧର୍ମ ଏବଂ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ମାନେ ଗୀତା, କୋରାନ ଓ ବାଇବେଲ ପାଠ କରିଥିଲେ।

ମୁଖ୍ୟ ଅତିଥି ରୂପାଶ୍ରୀ ରାଣୀ ଗୁମାନ ସିଂହ ତାଙ୍କ ଅଭିଭାଷଣରେ ମହାତ୍ମା ଗାନ୍ଧୀ ମହାମାନବ ଏବଂ ସତ୍ୟ ଅହିଂସା, ମାନବିକତା ତଥା ମାନବ ସେବାହିଁ ମାଧବ ସେବାର ପୂଜାରୀ ଥିଲେ, ଏଣୁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧିଜୀଙ୍କ ସ୍ବପ୍ନ ରାମ ରାଜ୍ୟ ନିର୍ମାଣ କରିବାକୁ ଉଦବୋଧନ ରଖିଥିଲେ।

ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଲେ ମହାତ୍ମା ଗାନ୍ଧୀଙ୍କ ଆତ୍ମ ଜୀବନୀ ପଢ଼ି ଛାତ୍ରଛାତ୍ରୀମାନେ ଉଦବୁଦ୍ଧ ହୋଇ ସତ୍ୟ, ଅହିଂସା, ସ୍ୱଚ୍ଛତା ମାର୍ଗରେ ଚାଲି ସବୁ କ୍ଷେତ୍ରରେ ପାଠ ପଢ଼ି ସୁନାମ ଆଣିଲେ ତାହାହିଁ ହେବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଏବଂ ଆମର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ସମୃଦ୍ଧ ରାଜ୍ୟ ଓ ରାଷ୍ଟ୍ର ନିର୍ମାଣ ସାକାର ହେବ ବୋଲି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ଉପ ସଭାପତି ଗୋପୀନାଥ ମହାରଣା କହିଲେ ଯେ, ଭାରତ ଛାଡ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନରେ ଗାନ୍ଧିଜୀ ଦେଶପାଇଁ ସମ୍ମାନ ପ୍ରଦର୍ଶନ କରିଥିଲେ। ସବୁ ଧର୍ମକୁ ସମନ୍ୱୟ କରିବା ପାଇଁ ଗାନ୍ଧୀ ଜୟନ୍ତୀ ପାଳନ ହେଉଅଛି। ମହାତ୍ମା ଗାନ୍ଧୀ ମହିଳା ଶକ୍ତିକୁ ଉତ୍ଥାନ ପାଇଁ ଏବଂ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀମାନଙ୍କୁ ସେ ପ୍ରଥମ ସନ୍ତାନ ବୋଲି କହୁଥିଲେ। ଏଣୁ ସମସ୍ତେ ସ୍ୱଚ୍ଛତା ମନ୍ତ୍ରରେ ବାନ୍ଧି ହୋଇ କାର୍ଯ୍ୟ କଲେ ଆମ ଦେଶ ସମଗ୍ର ବିଶ୍ୱର ଏକ ନମ୍ବର ରହିବ ବୋଲି ପ୍ରକାଶ କରିଥିଲେ।

ମୁଖ୍ୟ ବକ୍ତା ଭାବେ ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ସୁବୋଧ କୁମାର ଜଗଦ୍ଦେବ ନିଜ ବକ୍ତବ୍ୟରେ ଗାନ୍ଧିଜୀ ଜଣେ ଯୁଗ ପୁରୁଷ ଥିଲେ। ଗାନ୍ଧୀଙ୍କ ଆଦର୍ଶ ସାରା ବିଶ୍ବକୁ ଆଚମ୍ବିତ କରିଥିଲା। ଓଡ଼ିଶାକୁ ବିଶେଷ କରି ଖୋରଧା ପାଇକ ମାଟିକୁ ୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ଆସି ଧୋତି, ବେରାବୋଇ ଠେଙ୍ଗା ତାଙ୍କର ବ୍ୟବହାରିକ ସାଥୀ ହୋଇଥଲା ବୋଲି ପ୍ରକାଶ କରି ଗାନ୍ଧୀ ଦର୍ଶନର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଛାତ୍ରଛାତ୍ରୀମାନେ ସମ୍ମାନର ସହ ବଞ୍ଚିବାର ସ୍ୱଚ୍ଛତା, ସ୍ୱଚ୍ଛତା ହିଁ ପୂର୍ଣ୍ଣତା ଏବଂ ସ୍ଵଚ୍ଛତାହିଁ ମାନବ ଧର୍ମ, ପରିଶ୍ରମ କରିବା, ତ୍ୟାଗ କରିବା ଆଦି ଗାନ୍ଧୀ ଦର୍ଶନକୁ ଛାତ୍ରଛାତ୍ରୀ, ଯୁବକ ଯୁବତୀ ମାନେ କର୍ମମୟ ଜୀବନରେ ଲଗାଇ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ତହସିଲଦାର ବିଭାଷ ପାଣିଗ୍ରାହୀ ଗାନ୍ଧୀ, ଗୋପବନ୍ଧୁ, ସୁଭାଷ ବୋଷ, ଲାଲ୍ ବାହାଦୁର ଶାସ୍ତ୍ରୀ, ରବୀନ୍ଦ୍ର ନାଥ ଟାଗୋର ଆଦି ଜୀବନୀ ପଢ଼ି ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ବନ୍ଦେ ମାତରମ ଏବଂ ଜାତୀୟ ସଙ୍ଗୀତ ଗାନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା। ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଡି ଇ ଜି ଏମ ମାନସ କୁମାର ବ୍ରହ୍ମା,ସି ଆର ସି ସି, ରେବତୀ ପଣ୍ଡା, ବ୍ଲକ୍ ଶିକ୍ଷା ଅଧିକାରୀ, ଖୋରଧା, ବୁଦ୍ଧିଜୀବୀ ନିକୁଞ୍ଜ କିଶୋର ପଟ୍ଟନାୟକ, ଭୀମ ସେନ ପ୍ରଧାନ, ସତ୍ୟବାଦୀ ବଳିୟାର ସିଂହ, ଇତିଶ୍ରୀ ସାହୁ, ସୌଦାମିନୀ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି,, ବିଭିନ୍ନ ବିଦ୍ୟାଳୟ ଏବଂମାବିଦ୍ୟାଳୟର ଛାତ୍ର ଛାତ୍ରୀ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026
Latest News

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.