ଖୋର୍ଦ୍ଧା: ବିଶ୍ୱ ପ୍ରସିଦ୍ଧ ପାଇକ ମାଟି ଖୋର୍ଦ୍ଧା ଠାରେ ଏକ ନିଶା ମୁକ୍ତ ଭାରତ ପାଇଁ ଗଣ ଦୌଡ଼ ହୋଇଛି। ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ମାଇଁ ଭାରତ, ଯୁବ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତତ୍ୱାବଧାନରେ ଏହି ଏକଶହ ସପ୍ତାହ କାର୍ଯ୍ୟକ୍ରମ ଚାଲିବ। ଏଥିରେ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ଅଞ୍ଚଳ, ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟରୁ ଶତାଧିକ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିଥିଲେ।
ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପଡିଆ ଠାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟଳୟ ପର୍ଯ୍ୟନ୍ତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ମୁଖ୍ୟ ଅତିଥି ସାମାଜିକ କର୍ମୀ ମନ୍ମଥ ରାଉତରାୟ ଓ ସମ୍ମାନିତ ଅତିଥି ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ ସଂଗ୍ରାମ କେଶରୀ ସାମନ୍ତରାୟ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଂଚଳିକ ପରିଚାଳକ ଖୋର୍ଦ୍ଧା ଭଗତ୍ ବେହେରା ମହୋଦୟ ପିଲାମାନଙ୍କୁ ପତାକା ଦେଖାଇ ଗଣ ଦୌଡ଼ ପ୍ରତିଯୋଗିତା ଆରମ୍ଭ କରିଥିଲେ। ଶେଷରେ ସମସ୍ତଙ୍କୁ ପୁରଷ୍କାର ପ୍ରଦାନ ସହ, ମେଡାଲ ଓ ଟ୍ରଫି ଦିଆଯାଇଥିଲା , ପ୍ରୋଜେକ୍ଟ ପଏଣ୍ଟର ଉପଦେଷ୍ଟା ପ୍ରମୋଦ କୁମାର ହରିଚନ୍ଦନ ନିଶାମୁକ୍ତ ସମାଜ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।


