Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା
ଆଜିର ଖବର

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ପବିତ୍ର ମୂଳାଷ୍ଟମୀ। ମା’ଙ୍କ ଆରାଧନାରେ ଆଜିଠାରୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକରେ ଆରମ୍ଭ ହେବ ସ୍ୱତନ୍ତ୍ର ପୂଜାନୀତି। ମୂଳାଷ୍ଟମୀଠାରୁ ପାର୍ବଣର ଆଧ୍ୟାତ୍ମିକ ପରିବେଶ ଅଧିକ ଗଭୀର ହୋଇଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ। ଘଣ୍ଟଘଣ୍ଟା, ମନ୍ତ୍ରୋଚ୍ଚାରଣ ଓ ଭକ୍ତିରସରେ ମୁଖରିତ ହେବ ଦେବୀପୀଠ।

କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ପୂଜାନୀତି। ଘଟ ପ୍ରତିଷ୍ଠା ପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ସହ ପାର୍ବଣର ବିଶେଷ ନୀତିକାନ୍ତି ଆଗକୁ ବଢ଼ିବ। ଦୁର୍ଗାପୂଜା ମା’ଙ୍କର ପ୍ରମୁଖ ପର୍ବ ହୋଇଥିବାରୁ ଏହାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲିଠାରୁ ମା’ଙ୍କ ବିଭିନ୍ନ ବେଶରେ ଦର୍ଶନର ସୁଯୋଗ ମିଳିବ। ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୀଠକୁ ଆସିବା ଆରମ୍ଭ କରିଛନ୍ତି।

ସେହିପରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ମଧ୍ୟ ମୂଳାଷ୍ଟମୀଠାରୁ ଆରମ୍ଭ ହେବ ବିଶେଷ ପୂଜାନୀତି। ମା’ଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ୧୦୮ ସୁବାସିତ ଜଳରେ ମା’ଙ୍କ ସ୍ନାନ ନୀତି ସମ୍ପନ୍ନ ହେବା ସହ ଶୟନରତ ମା’ଙ୍କୁ ଜାଗ୍ରତ କରାଯିବ। ଘଣ୍ଟଘଣ୍ଟାର ନାଦ, ମନ୍ତ୍ରୋଚ୍ଚାରଣ ଓ ପୂଜାପାଠରେ ମୁଖରିତ ହେବ ମା’ ମଙ୍ଗଳାଙ୍କ ପୀଠ। ଏହି ଦିବ୍ୟ ଅବସରରେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି।

ଏପର୍ଯ୍ୟନ୍ତ ମା’ଙ୍କ ପୂଜା ପଞ୍ଚ ଉପଚାରରେ ଚାଲିଥିବା ବେଳେ ମୂଳାଷ୍ଟମୀଠାରୁ ପୂଜାନୀତିରେ ପରିବର୍ତ୍ତନ ହେବ। ଏଣିକି ମା’ଙ୍କ ଷୋଡ଼ଶ ଉପଚାର ପୂଜା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ସଂକଳ୍ପିତ ପୂଜା ପଣ୍ଡାମାନେ ନିଷ୍ଠା ଓ ଶ୍ରଦ୍ଧାର ସହ ୧୬ ଦିନ ବ୍ୟାପୀ ପୂଜାକାର୍ଯ୍ୟ ସମ୍ପନ୍ନ କରିବେ।

ମୂଳାଷ୍ଟମୀ କେବଳ ଏକ ପୂଜା ତିଥି ନୁହେଁ, ଏହା ମା’ଙ୍କ ଆରାଧନା ଓ ଶକ୍ତି ଉପାସନାର ଏକ ପବିତ୍ର ଅବସର। ଏହି ଦିନଠାରୁ ଦେବୀ ଉପାସନାରେ ବିଶେଷ ନିଷ୍ଠା ଓ ଆଚାରବିଧି ଆରମ୍ଭ ହୁଏ। ଶକ୍ତିପୀଠଗୁଡ଼ିକରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ସହ ପାର୍ବଣର ଆଧ୍ୟାତ୍ମିକ ପରିବେଶ ଅଧିକ ଗଭୀର ହୋଇଉଠେ।
ମା’ଙ୍କ ଚରଣରେ ଭକ୍ତି, ଶ୍ରଦ୍ଧା ଓ ସମର୍ପଣର ଭାବ ନେଇ ହଜାର ହଜାର ଭକ୍ତ ପୀଠଗୁଡ଼ିକରେ ପହଞ୍ଚିବେ। ମା’ଙ୍କ ଆଶୀର୍ବାଦରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବେ ଶ୍ରଦ୍ଧାଳୁ। ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ଦେବୀ ଆରାଧନା ଆଗାମୀ ଦିନରେ ଦୁର୍ଗାପୂଜାର ଭବ୍ୟ ପରିବେଶକୁ ଆହୁରି ଭକ୍ତିମୟ କରିବ।

#କଟକଚଣ୍ଡୀ #କାକଟପୁରମଙ୍ଗଳା #ମାକଟକଚଣ୍ଡୀ #ମାମଙ୍ଗଳା #ମୂଳାଷ୍ଟମୀ #ଷୋଡ଼ଶଉପଚାର
Share. Facebook Twitter LinkedIn Email WhatsApp Copy Link

Related Posts

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026
Latest News

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

ମିଠି ନଦୀ ସଫେଇ ଦୁର୍ନୀତି ମାମଲା: ଗିରଫ ହେଲେ ଅଭିନେତା ଡିନୋ ମୋରିଆ

October 3, 2026

ଭାରତ ରଚିଲା ନୂଆ ଇତିହାସ: ଚିନାବ ଓ ଅଞ୍ଜି ବ୍ରିଜ୍‌ରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ

October 3, 2026

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.