Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ
ଆଜିର ଖବର

କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: କଟକ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ ଜଣେ ଅଜଣା ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା କରିଥିବା ବେଳେ ତାଙ୍କ ମୁଣ୍ଡର ଚୁଟି ଲଣ୍ଡା କରି ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଛି। ଘଟଣାକୁ ନେଇ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି।

ବୁଧବାର ରାତି ପ୍ରାୟ ୭ଟା ସମୟରେ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ବାଦାମବାଡ଼ି ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା।

ମୃତ ମହିଳା ଜଣକ ସାଲୱାର ପଞ୍ଜାବୀ ପିନ୍ଧିଥିବା ବେଳେ ତାଙ୍କ ମୁଣ୍ଡ ନିକଟରେ ଏକ ଇଟା ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ଘଟଣାସ୍ଥଳରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି। ମହିଳାଙ୍କ ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଥିବା ପୁଲିସ କହିଛି।

ଘଟଣାସ୍ଥଳରୁ ମୃତଦେହଠାରୁ ପ୍ରାୟ ୧୦ ଫୁଟ ଦୂରରେ ଏକ ରଙ୍ଗିନ ଉଲ୍‌ କମ୍ବଳ ଏବଂ ପ୍ରାୟ ୨୦ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ମଶିଣା ମିଳିଛି। ମଶିଣା ଉପରେ ରକ୍ତ ଦାଗ ରହିଥିବା ବେଳେ ସେଠାରୁ ଏକ ପଲିଥିନରେ ରଖାଯାଇଥିବା ସିଲଭର କଡ଼େଇ, ଦୁଇଟି ଷ୍ଟିଲ୍‌ ପ୍ଲେଟ୍‌, କିଛି ଡିସ୍‌ପୋଜେବଲ୍‌ ପ୍ଲେଟ୍‌ ଓ ଏକ ଧଳା ପ୍ଲାଷ୍ଟିକ ବ୍ୟାଗ୍‌ ଜବତ କରାଯାଇଛି। ଏହା ସହିତ ମହିଳାଙ୍କ ହଳେ ଚପଲ ମଧ୍ୟ ମିଳିଛି।

ସବୁଠାରୁ ଚାଞ୍ଚଲ୍ୟକର ବିଷୟ ହେଉଛି, ମହିଳାଙ୍କ ମୁଣ୍ଡ ଲଣ୍ଡା କରାଯାଇଥିବା ବେଳେ ତାଙ୍କ କଟା ଚୁଟି ଘଟଣାସ୍ଥଳ ନିକଟରୁ ମିଳିଛି। ଏଥିରୁ ମହିଳାଙ୍କୁ ହତ୍ୟା ପୂର୍ବରୁ କିମ୍ବା ହତ୍ୟା ସମୟରେ ନିର୍ଯାତନା ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

ଅନ୍ୟପଟେ ମଶିଣା ନିକଟରୁ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନ ପର୍ଯ୍ୟନ୍ତ ବାଲିରେ ଘୋଷରା ଚିହ୍ନ ଦେଖିବାକୁ ମିଳିଛି। ମହିଳାଙ୍କ ପାଦରେ ମଧ୍ୟ ବାଲି ଲାଗିଥିବାରୁ ତାଙ୍କୁ ଘୋଷାଡ଼ି ଅନ୍ୟ ସ୍ଥାନରୁ ଏଠାକୁ ଅଣାଯାଇଥିବା ପୁଲିସ ସନ୍ଦେହ କରୁଛି।

ଖବର ପାଇ ଏସିପି ଅଶୋକ କୁମାର ଗିରି ଓ ବାଦାମବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।

ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ହତ୍ୟାକାଣ୍ଡର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳ ନିକଟ ରିଙ୍ଗରୋଡ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ପୁଲିସ ଯାଞ୍ଚ କରୁଛି। ମହିଳାଙ୍କ ପରିଚୟ ଓ ହତ୍ୟାକାଣ୍ଡ ପଛରେ କିଏ ରହିଛି, ସେନେଇ ତଦନ୍ତ ଜାରି ରହିଛି।

Cuttack Murder କାଠଯୋଡ଼ି ନଦୀପଠା
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହୋଇଗଲା ପଞ୍ଚୁକ: ଜାଣନ୍ତୁ କଣ ରହିଛି ଏବଂ କିପରି ପାଳନ କରାଯାଇ ଥାଏ ଏହି ବ୍ରତ

November 20, 2026

ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

November 20, 2026

ଭୁବନେଶ୍ୱର ସ୍ଥିତ ଆଇସିଏଆର୍- ସିଆଇଡବ୍ଲୁଏ ଠାରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଆରମ୍ଭ

November 20, 2026

ଆଜି ୨୦ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 20, 2026
Latest News

ବିଏସ୍‌-୬ ଗାଡ଼ି ପିୟୁସି ବୈଧତା ୩୬ ମାସକୁ ବୃଦ୍ଧି

November 20, 2026

ନିଶା ମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

November 20, 2026

ଆରମ୍ଭ ହୋଇଗଲା ପଞ୍ଚୁକ: ଜାଣନ୍ତୁ କଣ ରହିଛି ଏବଂ କିପରି ପାଳନ କରାଯାଇ ଥାଏ ଏହି ବ୍ରତ

November 20, 2026

ଆତଙ୍କବାଦ ବିରୋଧୀ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ଗୃହମନ୍ତ୍ରୀ

November 20, 2026

ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.