Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା
ଆଜିର ଖବର

ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା

October 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Union Minister of Communications Shri Jyotiraditya Scindia Chairs Ministerial Programme in India Mobile Congress; Highlights Global Cooperation to Connect the Next Billion
Union Minister of Communications Shri Jyotiraditya Scindia Chairs Ministerial Programme in India Mobile Congress; Highlights Global Cooperation to Connect the Next Billion

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସଞ୍ଚାର ମନ୍ତ୍ରଣାଳୟ ଅଧୀନସ୍ଥ ଦୂରସଞ୍ଚାର ବିଭାଗ ଦ୍ୱାରା ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୬ ଅବସରରେ ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। “ସୀମାହୀନ ସମ୍ପ୍ରସାରଣ: ପରବର୍ତ୍ତୀ ଶହେ କୋଟି ଡିଜିଟାଲ୍ ସଂଯୋଗ ପାଇଁ ନିବେଶ” ସନ୍ଦର୍ଭରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ମନ୍ତ୍ରୀ, ଆନ୍ତର୍ଜାତିକ ସଂଗଠନ, ବୈଶ୍ୱିକ ଦୂରସଞ୍ଚାର ନେତା ଏବଂ ଶିଳ୍ପ ଅଂଶୀଦାରମାନେ ଏକତ୍ରିତ ହୋଇଥିଲେ। ସେମାନେ ଅର୍ଥପୂର୍ଣ୍ଣ ଡିଜିଟାଲ୍ ସଂଯୋଗୀକରଣର ସମ୍ପ୍ରସାରଣ ଏବଂ ଆଗାମୀ ପିଢ଼ିର ଡିଜିଟାଲ୍ ଭିତ୍ତିଭୂମିରେ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ରଣନୀତି ଉପରେ ବିଚାରବିମର୍ଶ କରିଥିଲେ।

କେନ୍ଦ୍ର ସଞ୍ଚାର ଏବଂ ଉତ୍ତର-ପୂର୍ବ ଅଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ନିଜ ଅଭିଭାଷଣରେ ସୁଲଭ ଓ ଅର୍ଥପୂର୍ଣ୍ଣ ଡିଜିଟାଲ୍ ସଂଯୋଗୀକରଣର ପ୍ରସାର ପାଇଁ ନିରନ୍ତର ନିବେଶ, ସୁଦୃଢ଼ ଆନ୍ତର୍ଜାତିକ ସହଯୋଗ ଏବଂ ସହାୟକ ନୀତିଗତ ଢାଞ୍ଚାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।

“ସୀମାହୀନ ସମ୍ପ୍ରସାରଣ କହିଲେ କେବଳ ଦୂରସଞ୍ଚାର ନେଟୱାର୍କର ବିସ୍ତାର ନୁହେଁ; ଏହା ମାନବ ସୁଯୋଗର ବିସ୍ତାର ବିଷୟକୁ ବୁଝାଏ। ଆମେ ଯୋଡ଼ିବାକୁ ଯାଉଥିବା ପରବର୍ତ୍ତୀ ଶହେ କୋଟି ଲୋକଙ୍କ ପାଖରେ ପହଞ୍ଚିବା ସବୁଠାରୁ କଠିନ କାର୍ଯ୍ୟ ହେବ, କିନ୍ତୁ ନୂତନ ଶିକ୍ଷାର୍ଥୀ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ସ୍ରଷ୍ଟାମାନଙ୍କୁ ବିଶ୍ୱ ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ସାମିଲ କରିବାଦ୍ୱାରା ରୂପାନ୍ତରଣ ସାବ୍ୟସ୍ତ ହୋଇପାରିବ। ଭାରତର ଅନୁଭୂତି ଦର୍ଶାଉଛି ଯେ ସୁଲଭତା, ନବସୃଜନ ଏବଂ ଜନକଲ୍ୟାଣକାରୀ ଉଦ୍ଦେଶ୍ୟ ସହିତ ସଂଯୋଗୀକରଣକୁ ସମ୍ପ୍ରସାରିତ କରାଯାଇପାରିବ। ଆମେ ଯେତେବେଳେ ୫ଜି-ଏଡଭାନ୍ସଡ୍, ୬ଜି, ସାଟେଲାଇଟ୍ ନେଟୱାର୍କ ଏବଂ ଏଆଇ ଆଡ଼କୁ ଦେଖୁଛୁ, ଆମର ମିଳିତ ଦାୟିତ୍ୱ ହେଉଛି ଭୌଗୋଳିକ ସ୍ଥିତି, ଆୟ କିମ୍ବା ପରିସ୍ଥିତି ଯେପରି ସୁଯୋଗର ବାଧକ ନ ହୁଏ। ଆମର ଲକ୍ଷ୍ୟ ସୀମା ବିହୀନ ସଂଯୋଗୀକରଣ ଏବଂ ଶେଷରେ ସୀମା ବିହୀନ ସୁଯୋଗ ହେବା ଉଚିତ,” ବୋଲି ଶ୍ରୀ ସିନ୍ଧିଆ କହିଥିଲେ।

ଏହି କାର୍ଯ୍ୟକ୍ରମ ସୁଲଭ, ନିର୍ଭରଯୋଗ୍ୟ, ସୁଦୃଢ଼ ଏବଂ ସମାବେଶୀ ଡିଜିଟାଲ୍ ସଂଯୋଗୀକରଣକୁ ଆଗେଇ ନେବା ଏବଂ ବୈଶ୍ୱିକ ଡିଜିଟାଲ୍ ଅର୍ଥବ୍ୟବସ୍ଥାର ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ ନୀତି, ନିୟନ୍ତ୍ରଣ, ନିବେଶ ଏବଂ ଆନ୍ତର୍ଜାତୀୟ ସହଯୋଗ ଉପରେ ଆଲୋଚନା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଥିଲା।

ଏହି ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମରେ ଏଷ୍ଟୋନିଆର ନ୍ୟାୟ ଏବଂ ଡିଜିଟାଲ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ଲିସା-ଲି ପାକୋଷ୍ଟା ଏବଂ ଜାପାନର ଆଭ୍ୟନ୍ତରୀଣ ବ୍ୟାପାର ଓ ସଞ୍ଚାର ମନ୍ତ୍ରଣାଳୟର ଅନ୍ତର୍ଜାତୀୟ ବ୍ୟାପାର ଉପ-ମନ୍ତ୍ରୀ ଶ୍ରୀ ହିଦେଓ ଫୁସେଦା ଅଂଶଗ୍ରହଣ କରିଥିଲେ।

ଏହା ବ୍ୟତୀତ, ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ (ଆଇଟିୟୁ)ର ଟେଲିକମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ସେଇଜୋ ଓନୋଏ ଏବଂ ଜିଏସଏମଏ ଫାଉଣ୍ଡେସନର ମୁଖ୍ୟ ନିୟାମକ ଅଧିକାରୀ ଓ ଅଧ୍ୟକ୍ଷ ଶ୍ରୀ ଜନ୍ ଗିଉଷ୍ଟିଙ୍କ ସମେତ ବୈଶ୍ୱିକ ଦୂରସଞ୍ଚାର ବ୍ୟବସ୍ଥାର ପ୍ରମୁଖ ବ୍ୟକ୍ତିବିଶେଷମାନେ ଏକତ୍ରିତ ହୋଇଥିଲେ।

ପରବର୍ତ୍ତୀ ଶହେ କୋଟି ଡିଜିଟାଲ୍ ସଂଯୋଗକୁ ଗୁରୁତ୍ୱ

ଦ୍ରୁତ ପରିବର୍ତ୍ତିତ ଡିଜିଟାଲ୍ ପରିବେଶର ସମ୍ମୁଖୀନ ପାଇଁ ସରକାର, ଶିଳ୍ପ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ମଧ୍ୟରେ ଅଧିକ ଦୃଢ଼ ସହଯୋଗର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।  ସମ୍ପ୍ରତି ଉଦ୍ଭାବିତ ପ୍ରଯୁକ୍ତିବିଦ୍ୟା ବୈଶ୍ୱିକ ସଞ୍ଚାର ପରିଦୃଶ୍ୟକୁ ପରିବର୍ତ୍ତିତ କରିଚାଲିଥିବା ବେଳେ ନିବେଶ ସଂଗ୍ରହ, ସହାୟକ ନୀତିଗତ ଢାଞ୍ଚାର ସୁଦୃଢ଼ୀକରଣ ଏବଂ ସୁଲଭ ଓ ଅର୍ଥପୂର୍ଣ୍ଣ ସଂଯୋଗୀକରଣର ପ୍ରସାର କରିବା ପାଇଁ ବିଭିନ୍ନ ଦୃଷ୍ଟିକୋଣ ଉପରେ ଅଂଶଗ୍ରହଣକାରୀମାନେ ବିଚାରବିମର୍ଶ କରିଥିଲେ ।

ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମରେ ୨୦୩୦ ଆଡ଼କୁ ଡିଜିଟାଲ୍ ସଂଯୋଗୀକରଣକୁ ଆଗେଇ ନେବାରେ ଭବିଷ୍ୟତ-ଉପଯୋଗୀ ଏବଂ ସୁଦୃଢ଼ ନେଟୱାର୍କ, ଆନ୍ତର୍ଜାତିକ ମାନକ, ନବସୃଜନ ଏବଂ ରଣନୈତିକ ଭାଗିଦାରୀର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ସମାବେଶୀ ଡିଜିଟାଲ୍ ବିକାଶ ପାଇଁ ବୈଶ୍ୱିକ ଭାଗିଦାରୀର ସୁଦୃଢ଼ୀକରଣ

ଆଗାମୀ ପିଢ଼ିର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ଲାଭ ଯେପରି ଅଧିକରୁ ଅଧିକ ଜନସାଧାରଣଙ୍କ ପାଖରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସମନ୍ୱିତ ପ୍ରୟାସର ଗୁରୁତ୍ୱକୁ ଏହି ବିଚାରବିମର୍ଶ ପୁନଃନିଶ୍ଚିତ କରିଥିଲା। ନିବେଶ, ନବସୃଜନ ଏବଂ ସ୍ଥାୟୀ ଡିଜିଟାଲ୍ ବିକାଶ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିବାକୁ ଅଧିକ ଦୃଢ଼ ଅନ୍ତର୍ଜାତୀୟ ସହଯୋଗ ଏବଂ ଭାଗିଦାରୀର ଆବଶ୍ୟକତା ଉପରେ ଅଂଶଗ୍ରହଣକାରୀମାନେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମ “ସୀମା ବିହୀନ ସମ୍ପ୍ରସାରଣ”ର ଦୂରଦୃଷ୍ଟିକୁ ଅଧିକ ମଜବୁତ କରିଥିଲା, ଯାହା ଏକ ଅଧିକ ସଂଯୋଜିତ, ସମାବେଶୀ ଏବଂ ଡିଜିଟାଲ୍ ଭାବେ ସଶକ୍ତ ଭବିଷ୍ୟତକୁ ଆଗେଇ ନେବାରେ ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ଅନ୍ତର୍ଜାତୀୟ ସହଯୋଗର ଭୂମିକାକୁ ରେଖାଙ୍କିତ କରିଥିଲା।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ବୈଶ୍ୱିକ ସହଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026

ନିର୍ବାଚନର ନିୟମ ବଦଳିଲେ ରାଜନୀତି କାହିଁକି ତାତେ? ଜ୍ଞାନେଶଙ୍କଠାରୁ ଶେଷନ୍ ପର୍ଯ୍ୟନ୍ତ ପୂରା କାହାଣୀ

October 8, 2026
Latest News

ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା

October 9, 2026

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.