Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାବିନେଟ୍‌ ନିଷ୍ପତ୍ତି: ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’
ଆଜିର ଖବର

କ୍ୟାବିନେଟ୍‌ ନିଷ୍ପତ୍ତି: ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ନୋଏଡ଼ା (ଜେୱାର୍) ଠାରେ ନିର୍ମାଣାଧୀନ ମେଗା ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇଛି। ଏହି ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର, ନୋଏଡ଼ା-ଜେୱାର୍’ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ତର ପ୍ରଦେଶ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ଆଧିକାରିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାରୀ ମୁଖ୍ୟ (୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାରରୁ ଆରମ୍ଭ କରି) ଭାବେ ୨୫ ବର୍ଷର ନିରବଚ୍ଛେଦ ଜନସେବା ଓ ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ସମ୍ମାନ ଜଣାଇ ଏହି ନାମକରଣ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋଦୀ ସରକାରଙ୍କ ଅଧୀନରେ ଉତ୍ତର ପ୍ରଦେଶର କାୟାକଳ୍ପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ୨୦୧୭ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ଶିଥିଳତା, ଅସୁରକ୍ଷା ଓ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଇନ ଶୃଙ୍ଖଳା ସୁଦୃଢ଼ ହେବା ସହ ନିବେଶକୂଳ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୬୦ ହଜାର କୋଟି ଟଙ୍କା ବିନିଯୋଗରେ ୨,୪୮୩ କିଲୋମିଟର ଦୀର୍ଘ ୪୨ଟି ଜାତୀୟ ରାଜପଥ ନିର୍ମାଣ, ରେଳ ଲାଇନ୍‌ର ସମ୍ପ୍ରସାରଣ ଏବଂ କୃଷି ଓ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିଥିଲେ। ଚାରୋଟି ପର୍ଯଯାୟରେ ନିର୍ମାଣ କରାଯାଉଥିବା ଏହି ବିମାନବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏସିଆର ସର୍ବବୃହତ ଏବଂ ବିଶ୍ୱର ଚତୁର୍ଥ ସର୍ବବୃହତ ବିମାନବନ୍ଦର ଭାବେ ପରିଗଣିତ ହେବ।

କ୍ୟାବିନେଟ୍ ଜେୱାର ବିମାନବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟାରେ ଉବୁଟୁବୁ ଗଞ୍ଜାମ: ଆକାଶମାର୍ଗରୁ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ

October 30, 2026

IDBI ବ୍ୟାଙ୍କ ଘରୋଇକରଣକୁ ନେଇ ରାଜନୀତି ତେଜ: ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

October 30, 2026

ଦୀପାବଳି-ଛଠ ପୂଜା ପୂର୍ବରୁ ରେଳଯାତ୍ରୀଙ୍କୁ ବଡ଼ ଉପହାର! ଅକ୍ଟୋବର ୩୧ରୁ ଗଡ଼ିବ ୫ ନୂଆ ଟ୍ରେନ୍

October 30, 2026

ଲୁଣା ନଦୀବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

October 30, 2026
Latest News

ବନ୍ୟାରେ ଉବୁଟୁବୁ ଗଞ୍ଜାମ: ଆକାଶମାର୍ଗରୁ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ

October 30, 2026

ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା: ୩ ମୃତ

October 30, 2026

IDBI ବ୍ୟାଙ୍କ ଘରୋଇକରଣକୁ ନେଇ ରାଜନୀତି ତେଜ: ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

October 30, 2026

ଦୀପାବଳି-ଛଠ ପୂଜା ପୂର୍ବରୁ ରେଳଯାତ୍ରୀଙ୍କୁ ବଡ଼ ଉପହାର! ଅକ୍ଟୋବର ୩୧ରୁ ଗଡ଼ିବ ୫ ନୂଆ ଟ୍ରେନ୍

October 30, 2026

ଲୁଣା ନଦୀବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.