Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାବିନେଟ୍‌ ନିଷ୍ପତ୍ତି: ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’
ଆଜିର ଖବର

କ୍ୟାବିନେଟ୍‌ ନିଷ୍ପତ୍ତି: ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ନୋଏଡ଼ା (ଜେୱାର୍) ଠାରେ ନିର୍ମାଣାଧୀନ ମେଗା ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇଛି। ଏହି ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର, ନୋଏଡ଼ା-ଜେୱାର୍’ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ତର ପ୍ରଦେଶ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ଆଧିକାରିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାରୀ ମୁଖ୍ୟ (୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାରରୁ ଆରମ୍ଭ କରି) ଭାବେ ୨୫ ବର୍ଷର ନିରବଚ୍ଛେଦ ଜନସେବା ଓ ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ସମ୍ମାନ ଜଣାଇ ଏହି ନାମକରଣ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋଦୀ ସରକାରଙ୍କ ଅଧୀନରେ ଉତ୍ତର ପ୍ରଦେଶର କାୟାକଳ୍ପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ୨୦୧୭ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ଶିଥିଳତା, ଅସୁରକ୍ଷା ଓ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଇନ ଶୃଙ୍ଖଳା ସୁଦୃଢ଼ ହେବା ସହ ନିବେଶକୂଳ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୬୦ ହଜାର କୋଟି ଟଙ୍କା ବିନିଯୋଗରେ ୨,୪୮୩ କିଲୋମିଟର ଦୀର୍ଘ ୪୨ଟି ଜାତୀୟ ରାଜପଥ ନିର୍ମାଣ, ରେଳ ଲାଇନ୍‌ର ସମ୍ପ୍ରସାରଣ ଏବଂ କୃଷି ଓ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିଥିଲେ। ଚାରୋଟି ପର୍ଯଯାୟରେ ନିର୍ମାଣ କରାଯାଉଥିବା ଏହି ବିମାନବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏସିଆର ସର୍ବବୃହତ ଏବଂ ବିଶ୍ୱର ଚତୁର୍ଥ ସର୍ବବୃହତ ବିମାନବନ୍ଦର ଭାବେ ପରିଗଣିତ ହେବ।

କ୍ୟାବିନେଟ୍ ଜେୱାର ବିମାନବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

October 9, 2026

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026
Latest News

କ୍ୟାବିନେଟ୍‌ ନିଷ୍ପତ୍ତି: ଜେୱାର ବିମାନବନ୍ଦର ନୂଆ ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

October 9, 2026

ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

October 9, 2026

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

କିଡନୀ ସୁସ୍ଥ ରଖିବାକୁ ଚାହୁଁଛନ୍ତି? ଦୈନନ୍ଦିନ ଜୀବନରେ କରନ୍ତୁ ଏହି ସରଳ ପରିବର୍ତ୍ତନ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.