ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ୍ଙ୍କ ଅଡୁଆ ବଢିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାମପୁର ସ୍ଥିତ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଜମି ଓ କୋଠାକୁ ଅଟାଚ୍ କରିଛି। ଅଟାଚ୍ ହୋଇଥିବା ସମ୍ପତ୍ତିର ମୂଲ୍ୟ ୪୨୬.୪୬ କୋଟି ଟଙ୍କା, ଯାହାର ବଜାର ମୂଲ୍ୟ ୧୧୭୦ କୋଟି କୁହାଯାଉଛି।
ED ଅଭିଯୋଗ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ନିର୍ମାଣରେ ସରକାରୀ ଅର୍ଥ, PWD ଠିକା ଟଙ୍କା ଏବଂ ନିର୍ମାଣ ସାମଗ୍ରୀର ଅପବ୍ୟବହାର ହୋଇଛି। ୧୮୬ କୋଟିର PWD ଠିକାର ୩୦-୪୦% ବିଶ୍ୱବିଦ୍ୟାଳୟରେ ଲାଗିଛି ବୋଲି ଠିକାଦାର କହିଛନ୍ତି। ଏହା ସହ ୨୦୧୫ରେ ସରକାରୀ ୧୨.୧୬ କୋଟିରେ ତିଆରି ପଣ୍ଡାଲର ମାଲିକାନା ସଂସ୍କୃତି ବିଭାଗରୁ ବଦଳାଇ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଅଭିଯୋଗ ହୋଇଛି।
ED ହିସାବ ଅନୁଯାୟୀ, ବିଶ୍ୱବିଦ୍ୟାଳୟର ମୋଟ ଲାଗତ ୪୯୯ କୋଟି, କିନ୍ତୁ ଟ୍ରଷ୍ଟ ୭୨.୬୩ କୋଟିର ହିସାବ ଦେଇପାରିଲା, ବାକି ୪୨୬ କୋଟିର ଉତ୍ସ ଅସ୍ପଷ୍ଟ।
ଏହି ମାମଲାର ତଦନ୍ତ ୨୬ FIR ଆଧାରରେ ଆରମ୍ଭ ହୋଇଥିଲା, ଯେଉଁଥିରେ କୃଷକ ଜମି ଜବରଦଖଲ ଅଭିଯୋଗ ଥିଲା। ଅକ୍ଟୋବର ୧୩ରେ ପୁଣି ନୂଆ FIR ହୋଇଛି।


