Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାଉଣ୍ଡ ଜିରୋରେ ଆଣ୍ଠୁଏ ପାଣିରେ ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ
ଆଜିର ଖବର

ଗ୍ରାଉଣ୍ଡ ଜିରୋରେ ଆଣ୍ଠୁଏ ପାଣିରେ ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ

October 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Minister Suraj Suryabanshi reached the cyclone-affected people at ground zero, wading through knee-deep water.

ଗଜପତି: ଅର୍ଣ୍ଣବ ବାତ୍ୟାର ପ୍ରକୋପରେ ସମଗ୍ର ଗଜପତି ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପ୍ରଶାସନିକ ତତ୍ପରତା ଓ ଜନପ୍ରତିନିଧିଙ୍କ ଗସ୍ତ ଲୋକମାନଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି। ପ୍ରଳୟଙ୍କରୀ ବାତ୍ୟା ଓ ତତ୍ଜନିତ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ସାଧାରଣ ଜନଜୀବନ ଗରୁତର ଭାବେ ପ୍ରଭାବିତ ହୋଇଛି। ଏଭଳି ଏକ ଜଟିଳ ଓ ବିପର୍ଯ୍ୟୟପୂର୍ଣ୍ଣ ପରିସ୍ଥିତିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ପ୍ରତିକୂଳତାକୁ ଖାତିର ନ କରି ସିଧାସଳଖ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାତ୍ୟା ବିପନ୍ନଙ୍କ ଦୁଃଖସୁଖର ସାଥି ହୋଇଛନ୍ତି। ପ୍ରବଳ ବର୍ଷା ଓ ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥାକୁ ଭୃକ୍ଷେପ ନ କରି ମନ୍ତ୍ରୀ ଶ୍ରୀ ସୂରଜ ଆଣ୍ଠୁଏ ପାଣି ମଧ୍ୟରେ ପାଦଚଲାରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଲି ଲୋକଙ୍କୁ ସାନ୍ତ୍ୱନା ଦେବା ସହ ସହାୟତାର ହାତ ବଢ଼ାଇଛନ୍ତି।

ସୂଚନା ଅନୁସାରେ, ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା ଏବଂ ବନ୍ୟା ବିପର୍ଯ୍ୟୟର ଭୟାବହ ଚିତ୍ର ଦେଖିବାକୁ ମିଳିଛି। ବାତ୍ୟା ସମୟର କ୍ରମାଗତ ବର୍ଷା ଫଳରେ ସ୍ଥାନୀୟ ପ୍ରସିଦ୍ଧ ଗଣ୍ଡାହାତୀ ଜଳପ୍ରପାତରେ ଅଭୂତପୂର୍ବ ବନ୍ୟା ଆସିଥିଲା। ଏହି ପ୍ରଳୟଙ୍କରୀ ବନ୍ୟା ଜଳ ଅଞ୍ଚଳର ସିଙ୍ଗିପୁର ଗ୍ରାମ ଭିତରକୁ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି। ଗ୍ରାମ ମଧ୍ୟରେ ପାଣି ଜମି ରହିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହିତ ବନ୍ୟା ଜଳ ମାଡ଼ିଯିବା କାରଣରୁ କ୍ଷେତରେ ଥିବା ପ୍ରଚୁର ଧାନ ଫସଲ ଏବଂ ବିଭିନ୍ନ ପ୍ରକାର ପରିବା ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି, ଯାହାକି ସ୍ଥାନୀୟ କୃଷକମାନଙ୍କୁ ଗଭୀର ଆର୍ଥିକ କ୍ଷତିର ସମ୍ମୁଖୀନ କରାଇଛି।

ଏହି ସମସ୍ତ ଦୁର୍ଦ୍ଦଶା ଓ ଜନସମସ୍ୟା ସମ୍ପର୍କରେ ଖବର ପାଇବା ପରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେ ସିଙ୍ଗିପୁର ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଦଚଲାରେ ଗସ୍ତ କରିଥିଲେ। ରାସ୍ତାଘାଟ ଜଳମଗ୍ନ ଥିବାରୁ ଏବଂ ଆଣ୍ଠୁଏ ପାଣି ଜମି ରହିଥିବାରୁ ଗାଡ଼ି ମୋଟର ଯିବା ଅସମ୍ଭବ ହୋଇପଡ଼ିଥିବା ବେଳେ ମନ୍ତ୍ରୀ ନିଜେ ପାଣି ମାଡ଼ି ଚାଲି ଚାଲି ଗ୍ରାମବାସୀଙ୍କ ଦ୍ୱାରମୁହଁରେ ପହଞ୍ଚିଥିଲେ। ସେ ଗ୍ରାମର ପ୍ରତ୍ୟେକଟି ସ୍ଥାନ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ଏବଂ ଦୁଃଖ ଧୈର୍ଯ୍ୟର ସହ ଶୁଣିଥିଲେ।

ଦୁର୍ଦ୍ଦିନରେ ନିଜ ରାଜ୍ୟର ମନ୍ତ୍ରୀଙ୍କୁ ନିଜ ଗାଁରେ ଏବଂ ସେମାନଙ୍କ ପାଖରେ ପହଞ୍ଚିଥିବାର ଦେଖି ବାତ୍ୟା ବିପନ୍ନ ଲୋକମାନେ ଆଶ୍ୱସ୍ତି ଅନୁଭବ କରିଥିଲେ। ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଲୋକଙ୍କୁ ଧୈର୍ଯ୍ୟହୁଅନ୍ତୁ ନାହିଁ ବୋଲି ଆଶ୍ୱାସନା ଦେବା ସହିତ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି ଭରସା ଦେଇଥିଲେ। ଏହି ବାତ୍ୟା ଏବଂ ବନ୍ୟା ଯୋଗୁଁ ଘଟିଥିବା କ୍ଷତିର ଆକଳନ କରିବା ସହ ତୁରନ୍ତ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଘଟଣାସ୍ଥଳରୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଓ ଖାଦ୍ୟ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଗଜପତି ପାରଳାଖେମୁଣ୍ଡି ବନ୍ୟା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ
Share. Facebook Twitter LinkedIn Email WhatsApp Copy Link

Related Posts

RBI ବଢାଇଲା ସୁଧ ହାର: ବାର୍ଷିକ ୭.୨୬% ମିଳିବ ରିଟର୍ଣ୍ଣ

October 30, 2026

Jio Leads Odisha: ଓଡ଼ିଶାରେ ଜିଓର ଦମ୍‌ଦାର ପ୍ରଦର୍ଶନ, ସେପ୍ଟେମ୍ବରରେ ଯୋଡି ହେଲେ ୪.୮ ଲକ୍ଷରୁ ଅଧିକ ଗ୍ରାହକ 

October 30, 2026

Major OAS Reshuffle: ବରିଷ୍ଠ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ୪୨ ଜଣ ଅଧିକାରୀ

October 30, 2026

ହୁତି ଆକ୍ରମଣ ନେଇ ନାଟୋ ମୁଖ୍ୟଙ୍କ ସହ ସାଉଦି ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା

October 30, 2026
Latest News

RBI ବଢାଇଲା ସୁଧ ହାର: ବାର୍ଷିକ ୭.୨୬% ମିଳିବ ରିଟର୍ଣ୍ଣ

October 30, 2026

Jio Leads Odisha: ଓଡ଼ିଶାରେ ଜିଓର ଦମ୍‌ଦାର ପ୍ରଦର୍ଶନ, ସେପ୍ଟେମ୍ବରରେ ଯୋଡି ହେଲେ ୪.୮ ଲକ୍ଷରୁ ଅଧିକ ଗ୍ରାହକ 

October 30, 2026

Major OAS Reshuffle: ବରିଷ୍ଠ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ୪୨ ଜଣ ଅଧିକାରୀ

October 30, 2026

ହୁତି ଆକ୍ରମଣ ନେଇ ନାଟୋ ମୁଖ୍ୟଙ୍କ ସହ ସାଉଦି ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା

October 30, 2026

ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ ଆଶ୍ୱସ୍ତି: ୫ ବର୍ଷ ବୟସ ଛାଡ ଦେଲେ ତାମିଲନାଡୁ ସରକାର

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.