Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣଙ୍କ ଭୋଟର ଆଇଡି କାର୍ଡରେ କିଛି ଭୁଲ ଅଛି କି, ଏବେ ଠିକ୍ କରି ନିଅନ୍ତୁ କାରଣ ଆଜିଠାରୁ ଆରମ୍ଭ ହେଲା ସଂଶୋଧନ କାର୍ଯ୍ୟ
ଆଜିର ଖବର

ଆପଣଙ୍କ ଭୋଟର ଆଇଡି କାର୍ଡରେ କିଛି ଭୁଲ ଅଛି କି, ଏବେ ଠିକ୍ କରି ନିଅନ୍ତୁ କାରଣ ଆଜିଠାରୁ ଆରମ୍ଭ ହେଲା ସଂଶୋଧନ କାର୍ଯ୍ୟ

September 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Voter Id Card Verification starts in Odisha
Voter Id Card Verification starts in Odisha

ସମୀକ୍ଷା ବ୍ୟୁରୋ

ଆଜିଠାରୁ ଭୋଟର୍‌ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଜନ ଭାଗୀଦାରୀ ଜରିଆରେ ଭୋଟର୍ ତାଲିକା କରାଯିବ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଯାଞ୍ଚ କରାଇ ହେବ । ଏଥିରେ ଗୋଟିଏ ପରିବାରରେ ଜଣେ ଭୋଟଙ୍କୁ ୟୁଜର୍‌ ନେମ୍‌ ଏବଂ ପାସୱାର୍ଡ ଦିଆଯିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜର ଏବଂ ପରିବାର ଲୋକଙ୍କ ସମସ୍ତ ତଥ୍ୟ ସେଥିରେ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି । ରାଜ୍ୟ ସ୍ତରରେ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପ୍ରାୟ ୧୦ ଲକ୍ଷ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏଥିରେ ନିୟୋଜିତ ହେବେ । ଏହାକୁ ବ୍ଲକ୍‌ ସ୍ତରୀୟ ଅଧିକାରୀ ଯାଞ୍ଚ କରିବେ। ୨୦୧୯ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକୃତ କରିପାରିବେ। କୌଣସି ଭୋଟରଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କ ନାମ ତାଲିକାରୁ କାଟିଦିଆଯିବ। ସେହିପରି କେହି ନିଜର ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଚାହିଁଲେ କରିପାରିବେ। ଏଥିପାଇଁ ଭୋଟର ହେଲ୍ପଲାଇନ ଆପ୍‌ କିମ୍ବା ଏନ୍‌ଭିଏସ୍‌ପି ପୋର୍ଟାଲର ସହାୟତା ନେଇପାରିବେ। ଅକ୍ଟୋବର ୧୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ଏକ କେନ୍ଦ୍ରରେ ଖୋଦ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିଜର ନାମ ଯାଞ୍ଚ କରିଛନ୍ତି।

VoterId
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.