ବାଣପୁର: ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠର ବାହାର ହୁଣ୍ଡି ଆଜି ଖୋଲାଯାଇଛି। ଦୈନିକ ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସି ନିଜ ପରିବାରର ମଙ୍ଗଳ କାମନା କରି ମାନସିକ ରଖନ୍ତି ଏବଂ ମା’ଙ୍କ ସେବା ପାଇଁ ଅକୁଣ୍ଠ ଚିତ୍ତରେ ହୁଣ୍ଡିରେ ଅର୍ଥ ଦାନ କରନ୍ତି। କେହି କେହି ଭକ୍ତ ନିଜ ମନସ୍କାମନା ପୂରଣ ପାଇଁ ସୁନା-ରୂପା ଜିନିଷ ମଧ୍ୟ ହୁଣ୍ଡିରେ ପକାନ୍ତି। ଏହି ଦାନ ଅର୍ଥରୁ ଦୈନିକ ମା’ଙ୍କ ଭୋଗରାଗ ଓ ସେବାପୂଜା ହୋଇଥାଏ।
ହୁଣ୍ଡି ଗଣତିରେ ଯାହା ମିଳିଲା:
ନଗଦ ଅର୍ଥ: ୨,୧୨,୨୩୭ ଟଙ୍କା (ଦୁଇ ଲକ୍ଷ ବାର ହଜାର ଦୁଇ ଶହ ସତତିରିଶ ଟଙ୍କା)
୧୪ କ୍ୟାରେଟ୍ ର ୦.୧୮୦ ମିଲିଗ୍ରାମର ୨ଟି ସୁନା ଠୁଙ୍କ
୧୦ କ୍ୟାରେଟ୍ ର ୦.୮୫୦ ମିଲିଗ୍ରାମର ୧ଟି ସୁନା ଚକି
୫.୦୮୦ ମିଲିଗ୍ରାମର ୪ଟି ରୂପା ଆଖି
୦.୨୩୦ ମିଲିଗ୍ରାମର ୧ଟି ରୂପା ଚିତା
୩.୨୯୦ ମିଲିଗ୍ରାମର ୨ଟି ଗୋଡ଼ ମୁଦି
ସମସ୍ତ ଦାନ ଅର୍ଥ ଓ ଅଳଙ୍କାର ମା’ଙ୍କ ନାମରେ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ଜମା ଖାତାରେ ଜମା କରାଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।
ହୁଣ୍ଡି ଖୋଲିବା ବେଳେ ଉପସ୍ଥିତ ଥିଲେ:
ମନ୍ଦିର ପରିଚାଳନା କମିଟି ସଭାପତି ତଥା ସ୍ଥାନୀୟ ତହସିଲଦାର ହରପ୍ରିୟା ମଲ୍ଲିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ସ୍ଥାନୀୟ ପୁଲିସ, କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର, ପାଳିଆ ମାଳି ସଂଗ୍ରାମ ମହାପାତ୍ର, ପୂଜକ ପ୍ରକାଶ ମହାପାତ୍ର ଓ ଶ୍ରଦ୍ଧାଳୁ ନବକିଶୋର ପ୍ରଧାନ। ଶ୍ରଦ୍ଧାଳୁଙ୍କ ଦାନରେ ମା’ଙ୍କ ପାଖରେ ଦୈନିକ ଭୋଗ ଲାଗି ହେବ।


