Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»74 ବର୍ଷ ବୟସରେ ଜଣେ ମହିଳା ଜନ୍ମ କଲେ ଜାଆଁଳା ଶିଶୁ, ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସଂପୂର୍ଣ୍ଣ ସତ
ଆଜିର ଖବର

74 ବର୍ଷ ବୟସରେ ଜଣେ ମହିଳା ଜନ୍ମ କଲେ ଜାଆଁଳା ଶିଶୁ, ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସଂପୂର୍ଣ୍ଣ ସତ

September 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
74 ବର୍ଷ ବୟସରେ ଜଣେ ମହିଳା ଜନ୍ମ କଲେ ଜାଆଁଳା ଶିଶୁ, 52 ବର୍ଷ ବାହାଘର ପରେ କୋଳକୁ ଆସିଲେ ଶିଶୁ, ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସଂପୂର୍ଣ୍ଣ ସତ
74 ବର୍ଷ ବୟସରେ ଜଣେ ମହିଳା ଜନ୍ମ କଲେ ଜାଆଁଳା ଶିଶୁ, 52 ବର୍ଷ ବାହାଘର ପରେ କୋଳକୁ ଆସିଲେ ଶିଶୁ, ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସଂପୂର୍ଣ୍ଣ ସତ

ସମୀକ୍ଷା ବ୍ୟୁରୋ

ଘଟଣାଟି ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ହେଲେ ଏପରି ଅବିଶ୍ବାସନୀୟ ଘଟଣାଟି ସଂପୂର୍ଣ୍ଣ ସତକଥା। 74 ବର୍ଷ ବୟସରେ ଜଣେ ମହିଳା ଗର୍ଭବତୀ ହୋଇ ଜନ୍ମ ଦେଇଛନ୍ତି ଏକାଥରେ ଜାଆଁଳା ଛୁଆ। ବାହାଘରର 52 ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳକୁ ଶିଶୁଟିଏ ଆସିପାରି ନ ଥିଲା। ସେଥିପାଇଁ ଉଭୟ ସ୍ବାମୀସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ। ମାତ୍ର ଭଗବାନଙ୍କ ଆର୍ଶିବାଦରୁ ଏବେ ସ୍ବାମୀସ୍ତ୍ରୀଙ୍କ କୋଳକୁ ବୁଢା ବୟସରେ ମିଳିପାରିଛି ଛୁଆ। ତାପୁଣି ଦୁଇଟି ଛୁଆ। ଏପରି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଠର ଜିଲ୍ଲାରେ। ମହିଳାଙ୍କ ନାମ ହେଉଛି ମାଙ୍ଗାୟାମ୍ମା ଏବଂ ସ୍ବାମୀଙ୍କ ନାମ ହେଉଛି ୟାରାମ୍ମାଟ୍ଟି ରାଜା ରାଓ। ଉଭୟ 1962 ମସିହା ମାର୍ଚ୍ଚ 22 ତାରିଖରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳରେ ଛୁଆଟିଏ ନ ଥିବାରୁ, ପରିବାରର ଭବିଷ୍ୟତ ଚିନ୍ତା କରି ସେମାନେ ଦୁଃଖରେ ଥିଲେ। ହେଲେ ହଠାତ ଜାଣିଲେ ଯେ ତାଙ୍କ ପଡୋଶୀ ଘରର ମହିଳା 55 ବର୍ଷରେ କୃତ୍ରିମ ଉପାୟରେ ଗର୍ଭବତୀ ହୋଇଛନ୍ତି। ତାଙ୍କଠାରୁ ସବୁ ଖବର ନେଇ ଉଭୟ ସ୍ବାମୀସ୍ତ୍ରୀ ଗୁଣ୍ଠୁରରେ ଥିବା ଅହଲ୍ୟା ନସିଂ ହୋମ ସହିତ ଯୋଗାଯୋଗ କଲେ। ନସିଂ ହୋମ ତରଫରୁ ସ୍ବାମୀଙ୍କ ଶୁକ୍ରାଣୁ ସଂଗ୍ରହ କରାଯାଇ ଗର୍ଭରେ ରୋପଣ କରାଗଲା। ଏହାପରେ ମାଙ୍ଗାୟାମ୍ମା ଗର୍ଭବତୀ ହୋଇ ସେହି ନର୍ସିଂ ହୋମରେ 9 ମାସ ଧରି ରହିଲେ। ସେଠାରେ ଡାକ୍ତର ଶନକାୟାଲ ଏବଂ ଡାକ୍ତର ଉମାଶଙ୍କର ତତ୍ବାବଧାନରେ ମହିଳାଙ୍କ ଦାୟିତ୍ବ ନିଆଗଲା। ସଫଳତାର ସହ ଗତ ମଙ୍ଗଳବାର ଦିନ ମାଙ୍ଗାୟାମ୍ମା ଜାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଏହି ବୟସରେ ସେ ଜାଆଁଳା ଶିଶୁ ଜନ୍ମ ଦେବାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ରାମ ମେଘୱାଲ

June 21, 2026

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

June 21, 2026
Latest News

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ରାମ ମେଘୱାଲ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.