Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାମୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବାଣପୁର ଥାନା ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ
ଆଜିର ଖବର

ସ୍ବାମୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବାଣପୁର ଥାନା ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ

October 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି  ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି ନିଆଁ ଲଗାଇବାବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀ ଗିରଫ କରିବାରେ ପୋଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଜଣକ ଏପରି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ବାଣପୁର ବ୍ଲକର ନିକଟସ୍ଥ ନଚ୍ଛିପୁର ଗ୍ରାମର ବବି ନାୟକ (ଛଦ୍ମ ନାମ) ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ଏକ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଦେଶରେ ଚାକିରି କରୁଥିବାବେଳେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶାଶୁ, ଦିଅର ତାଙ୍କୁ ଅତ୍ୟାଚାର ଦେଇ ଆସୁଥିଲେ। ମହିଳା ଜଣକ ଅତ୍ୟାଚାର ସହି ନ ପାରି ପ୍ରାୟ ବର୍ଷେ ହେବ ତାଙ୍କ ଝିଅଙ୍କ ସହିତ ବାପଘରେ ରହିଆସୁଥିଲେ।  ନିକଟରେ ସ୍ବାମୀ ବିଦେଶରୁ ଘରକୁ ପ୍ରତ୍ୟାବର୍ତ୍ତନ କରି ତା‘ଙ୍କ ମା ଓ ଭାଇଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ କରିଥିବା ଅନ୍ୟାୟ ବିଷୟରେ ପଚାରିଥିଲେ। ଏହି ଘଟଣାକୁ ନେଇ ଗତକାଲି ମା’ ଓ ଭାଇଙ୍କ ସହ ପ୍ରଶାନ୍ତଙ୍କ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ପ୍ରଶାନ୍ତଙ୍କ ମା’ ଓ ଭାଇ ପ୍ରଶାନ୍ତଙ୍କୁ ହତ୍ୟା କରି ରାତାରାତି ତାଙ୍କ ଦାହ ସଂସ୍କାର କରିବା ପାଇଁ ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଶବକୁ ପୁରୀ ନେଇଯାଉଥିବା ସମୟରେ ବାଣପୁର ପୋଲିସ୍‌ ମାଧ୍ୟମରେ ଖୋର୍ଦ୍ଧା ପୋଲିସ୍‌ ପ୍ରଶାନ୍ତଙ୍କ ଶବକୁ ଜବତ କରିଛି। ତେବେ ଆସାମୀ ଦ୍ବୟ ଫେରାର ହୋଇଯାଇଛନ୍ତି।

ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଗତକାଲି ମହିଳା ଜଣକ ଶାଶୁଘରଙ୍କ ପରିବାର ଲୋକଙ୍କ ନାମରେ ବାଣପୁର ଥାନାରେ ଏତଲା ଦେଇଥିବାବେଳେ ନିଜ ସହ ହୋଇଥିବା ଅନ୍ୟାୟ ତଥା ଅତ୍ୟାଚାର ପାଇଁ ମହିଳା ଜଣକ ଆଜି ଏତଲା ଦାୟର କରିଛନ୍ତି। ତେବେ ମହିଳାଜଣକ ପରିବାର ପାଇଁ  ବର୍ଷକ ପର୍ଯ୍ୟନ୍ତ ଅତ୍ୟାଚାର ସହି ଥିବାବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ସେ ତାଙ୍କ ଶାଶୁଘରଙ୍କ ନାମରେ ଅତ୍ୟାଚାରର ଅଭିଯୋଗ କରିଛନ୍ତି ବୋଲି ଅତିରକ୍ତି ପୋଲିସ୍‌ ଏସ୍‌ପିଙ୍କ ନିକଟରେ କହିଛନ୍ତି।

ତେବେ ପୋଷ୍ଟମର୍ଟମ ରିପୋର୍ଟରେ ବିଳମ୍ବ ତଥା ଅପରାଧୀଙ୍କୁ ଧରିବାରେ ପୋଲିସ୍‌ର ନିଷ୍କ୍ରିୟତାକୁ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ବାଣପୁର ଥାନା ଆଗରେ ବିରୋଧ ପ୍ରଦର୍ଶନ କରିବା ସହିତ ଆତ୍ମାହୂତି କରିବାର ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ଗ୍ରାମବାସୀ ଓ ତୋରସିଂହ ପଞ୍ଚାୟତର ବହୁ ଗ୍ରାମବାସୀମାନେ  ମଧ୍ୟ ଏହି ଘଟଣା ପାଇଁ ବାଣପୁର ଥାନା ଅବରୋଧ କରିଛନ୍ତି। ଅତିରିକ୍ତ ପୋଲିସ୍‌ ଏସ୍‌ପି ଯଥାଶୀଘ୍ର ଅପରାଧୀଙ୍କୁ ଧରିବା ତଥା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ବାଣପୁରଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.