Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମହିଳା ମୃତ, ତିନି ଗୁରୁତର
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମହିଳା ମୃତ, ତିନି ଗୁରୁତର

November 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନାଚୁଣୀ ନିକଟସ୍ଥ କହ୍ନେଇପୁରଠାରେ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିରେ ଏକ ମହିଳା ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇ ଶିଶୁ ଏବଂ ନଣନ୍ଦେଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

ଧକ୍କା ଦେଇଥିବା କାର୍‌ଟିର ନଂ ଓଡି-୦୨ଏଜି ୧୪୪୪। ଏହି  କାରଟି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନନ୍ଦିନୀ ଦେବୀଙ୍କର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ରହିଛି। ମୃତ ମହିଳା ଜଣକ ନୟାଗଡ ଜିଲ୍ଲା ଓଡଗାଁ ଶଙ୍ଖେଇର ଶୈଳା ବୋଲି ଜଣାପଡିଛି। ମହିଳା ଜଣକ ତାଙ୍କ ଭାଇଙ୍କ ଦଶାହ କର୍ମକୁ ନଣଦେଇ ଓ ପିଲାଙ୍କ ସହିତ କୁମାଣ୍ଡଳ ଗ୍ରାମକୁ ଯାଉଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ପୋଲିସ୍‌ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Latest News

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.