Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋନିଆ- ପାଓ୍ବାର ଭେଟ : ଆମ ପାଖରେ ସରକାର ଗଢିବାକୁ ପର୍ଯ୍ୟାପ୍ତ ସଂଖ୍ୟା ନାହିଁ
ଆଜିର ଖବର

ସୋନିଆ- ପାଓ୍ବାର ଭେଟ : ଆମ ପାଖରେ ସରକାର ଗଢିବାକୁ ପର୍ଯ୍ୟାପ୍ତ ସଂଖ୍ୟା ନାହିଁ

November 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
sarad pawar quite in 2019 ls polls
sarad pawar quite in 2019 ls polls

ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଏହି ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି। ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ ଆଜି ବିଜେପିର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସାକ୍ଷାତ କରିଥିବାବେଳେ ଶରଦ ପାଓ୍ବାରା ଶିବସେନା ସହ ମେଣ୍ଟ କରିବାକୁ ନେଇ  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା ଦ୍ବନ୍ଦ୍ବକୁ ନେଇ ଏକ ନୂତନ ରାଜନୈତିକ ସମୀକରଣର ଯେଉଁ ଆଭାସ ମିଳୁଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡିଯାଇଛି ।  ଆଜି ଶରଦ୍‌ ପାଓ୍ବାରା ସୋନିଆଙ୍କ ସହ ସାକ୍ଷାତ ପରେ ସରକାର ଗଢିବା ନେଇ ଆମ ପାଖରେ ସଂଖ୍ୟା ନାହିଁ ବୋଲି କହିଛନ୍ତି। ଶରଦ ପାଓ୍ବାର କହିଛନ୍ତି ଯେ, ସୋନିଆଙ୍କ ସହ ଶିବସେନାକୁ ସମର୍ଥନ ଦେବା ପାଇଁ କୌଣସି ଚର୍ଚ୍ଚା ହୋଇନାହିଁ। ଯାହାପାଖରେ ନମ୍ବର ଅଛି ସେ ହିଁ ସରକାର ଗଢିବ । ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ନାହିଁ ।  ଏହା ପରୋକ୍ଷରେ ଶିବସେନା ସହ ମେଣ୍ଟକୁ ନାଁ ବୋଲି ଆଭାସ ମିଳୁଛି। ତେବେ ଶିବସେନା ନିଜ ଜିଦ୍‌ରେ ଅଟଳ ରହିଥିବାବେଳେ ପରୋକ୍ଷରେ ଶିବସେନା ସହ ମେଣ୍ଟ କରିବାକୁ ନେଇ ଏନ୍‌ସିପି ଓ କଂଗ୍ରେସ ରାଜି ନୁହଁନ୍ତି । ଏପରି କ୍ଷେତ୍ରରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ବିଜେପି ସରକାର ଗଠନ କରିବ । ସେହିପରି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ଓ ଶିବସେନାକୁ ଜନାଦେଶ ମିଳିଛି, ତେଣୁ ଆମ ଭିତରେ କିଛି ଲଢେଇ ନାହିଁ। ବସିକରି ଏହି ସମସ୍ୟାର ସମାଧାନ କରିବୁ । ଅପରପକ୍ଷରେ ସଞ୍ଜୟ ରାଉତ ରାଜ୍ୟପାଳଙ୍କ ସାକ୍ଷାତ କରି କହିଛନ୍ତି ଯେ, ରାଜ୍ୟରେ ସରକାର ନ ଗଢିବାରେ ଶିବସେନା ଦାୟୀ ନୁହେଁ, ରାଜ୍ୟରେ ଜଲଦି ସରକାର ଗଠନ ହେଉ। ୮ ନଭେମ୍ବର ଭିତରେ ସବୁ ଠିକ୍‌ ହୋଇଯିବ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିବା ସହିତ ୧୯୯୫ ଫର୍ମୁଲା ଉପରେ ସରକାର ଗଢାଯିବ ବୋଲି କହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026
Latest News

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.