Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗେ ମନ୍ଦିର, ପରେ ସରକାର : ଶିବସେନା
ଆଜିର ଖବର

ଆଗେ ମନ୍ଦିର, ପରେ ସରକାର : ଶିବସେନା

November 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବା ପରେ ଏହାକୁ ନେଇ ଶିବସେନା ଏକ ବଡ଼ ବୟାନ ଦେଇଛି । ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ପରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବା ରାସ୍ତା ସଫା ହୋଇଯାଇଛି । କୋର୍ଟ ତିନି ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପୂର୍ବରୁ ପ୍ରଥମେ ମନ୍ଦିର ନିର୍ମାଣର ନାରା ଦେଇଛି । ଶିବସେନାର ନେତା ସଞ୍ଜୟ ରାଉତ  ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତ୍ତି ଆସିବା ପରେ ଟୁଇଟ୍‌ କରି କହିଛନ୍ତି ଯେ, ‘ପ୍ରଥମେ ମନ୍ଦିର, ପରେ ସରକାର !!! ଅଯୋଧ୍ୟାରେ ମନ୍ଦିର, ମହାରାଷ୍ଟ୍ରରେ ସରକାର… ଜୟଶ୍ରୀରାମ ।’ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ମେଣ୍ଟ ଏବେ ଭାଙ୍ଗିବାର ଦ୍ବାରଦେଶରେ ପହଞ୍ଚିଛି ।  ୨୪ ଅକ୍ଟୋବରରେ ବିଧାନସଭାରେ ବାଜିମାତ୍‌ କରିଥିଲେ ମଧ୍ୟ ଏହି ମେଣ୍ଟ ସରକାର ସରକାର ଗଠନ କରିପାରିନାହିଁ । ଅଯୋଧ୍ୟା ରାୟ ପରେ ଶିବସେନାର ଏହି ମନ୍ତବ୍ୟ  ସରକାର ଗଠନକୁ ଏକ ନୂଆ ମୋଡ଼ ଦେଇଛି । ମନ୍ଦିର ନିର୍ମାଣ ପରେ ସରକାର ଗଠନ ନେଇ ନିଜର ମତ ରଖିଛନ୍ତି ରାଉତ । ବିବାଦୀୟ ଜାଗାରେ ରାମମନ୍ଦିର ନିର୍ମାଣ ହେବାକୁ ନିଷ୍ପତ୍ତି ଶୁଣାଇଥିବାବେଳେ ମୁସଲିମ୍‌ ପକ୍ଷଙ୍କୁ  ଅଲଗା ସ୍ଥାନରେ ଜମି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମସ୍‌ଜିଦ୍‌ ନିର୍ମାଣରେ ସହାୟତା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ

August 3, 2026

Rashifal: ଶ୍ରାବଣ ମାସର ପ୍ରଥମ ସୋମବାରରେ ଏହି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

August 3, 2026

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ

August 3, 2026

Rashifal: ଶ୍ରାବଣ ମାସର ପ୍ରଥମ ସୋମବାରରେ ଏହି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

August 3, 2026

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.