Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ
ଆଜିର ଖବର

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ

November 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାରାଷ୍ଟ୍ରରେ ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ଦୀର୍ଘ କୋଡ଼ିଏ ଦିନ ଧରି ମହାରାଷ୍ଯ୍ରରେ ଚାଲିଥିବା ରାଜନୈତିକ ଟଣାଓଟରାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ସୁପାରିଶ୍‌ କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଅକ୍ଟୋବର ୨୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ଭିତରେ ରାଜ୍ୟପାଳ ଆଜି ତାଙ୍କ ସାମ୍ବିଧାନିକ କ୍ଷମତାର ଉପଯୋଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି। ଚଳିତ ମହାରାଷ୍ଟ୍ର ବିଧାନସଭାରେ ବିଜେପି- ଶିବସେନା ମେଣ୍ଟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ସରକାର ଗଠନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ୫୦- ୫୦ ଫର୍ମୁଲାକୁ ନେଇ ମେଣ୍ଟ ଭାଙ୍ଗିବା ସହିତ ଏନ୍‌ସିପି ଓ କଂଗ୍ରେସ ସହିତ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ କରିଥିଲା । କିନ୍ତୁ ୨୪ ଘଣ୍ଟାର ସମୟ ଭିତରେ ଶିବସେନା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲା ।   ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥା ପାଇଁ ଶେଷରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ୍‌ କରିଥିଲେ । ପରିଶେଷରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସୁପାରିଶ୍‌କୁ ମଞ୍ଜୁରୀ କରିଛନ୍ତି ।  ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ୍‌ ମଧ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ ଦେଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026
Latest News

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.