Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପକ୍ଷ ଦଳଙ୍କ ହୋ ହଲ୍ଲା ସତ୍ତ୍ବେ ନାଗରିକତ୍ବ ସଂଶୋଧନ ବିଲ୍‌ ଆଗତ କଲେ ଅମିତ୍‌ ଶାହା
ଆଜିର ଖବର

ବିପକ୍ଷ ଦଳଙ୍କ ହୋ ହଲ୍ଲା ସତ୍ତ୍ବେ ନାଗରିକତ୍ବ ସଂଶୋଧନ ବିଲ୍‌ ଆଗତ କଲେ ଅମିତ୍‌ ଶାହା

December 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍‌ରେ ଏହ ବିଲ୍‌ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଥିଲା। ବିଲ୍‌ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍‌ର ବିରୋଧ କରିଥିଲେ। ଏହି ବିଲ୍‌ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍‌ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍‌ 0.0001 ପ୍ରତିଶତ ମୁସ୍‌ଲିମ୍‌ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍‌ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍‌କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍‌ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍‌ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍‌ଲିମ୍‌ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍‌ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍‌ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍‌ପି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍‌ ଭଙ୍ଗକରୁଛି। ଏହି ବିଲ୍‌ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍‌ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)

amitshah Citizenship (Amendment) Bill girirajsingh loksabha
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ: ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

September 4, 2026

କରୈକଲ୍‌ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ

September 4, 2026

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026
Latest News

ଜିମ୍‌ରେ ଝାଳ, ହୃଦୟରେ ବିପଦ? ICMR ଅଧ୍ୟୟନରେ ଖୋଲିଲା ବିପଦର ରହସ୍ୟ

September 4, 2026

ତୀର୍ଥରୁ ସମୁଦ୍ରତଟ, ସଂସ୍କୃତିରୁ ଆଧ୍ୟାତ୍ମିକତା: ରେଳପଥରେ ଦକ୍ଷିଣ ଭାରତ ଯାତ୍ରା

September 4, 2026

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

ଆଘାତ ନଥାଇ ହଠାତ୍ ଗୋଡ଼ରେ ଯନ୍ତ୍ରଣା ହେଉଛି କି ! ଶରୀରର ଏହି ‘ସିଗନାଲ୍‌’କୁ ବୁଝନ୍ତୁ

September 4, 2026

ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣ କରିବା କ୍ଷମତା BCIର ନାହିଁ: ସୁପ୍ରିମକୋର୍ଟ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.