Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ମହିଳା ଏସ୍‌ଏଚ୍‌ଜିକୁ ଜଳଯୋଗାଣ ପରିଚାଳନା ଦାୟିତ୍ବ
ଆଜିର ଖବର

ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ମହିଳା ଏସ୍‌ଏଚ୍‌ଜିକୁ ଜଳଯୋଗାଣ ପରିଚାଳନା ଦାୟିତ୍ବ

December 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,18/12 : ଭୁବନେଶ୍ବର ସ୍ଥିତ ରେଳବାଇ ଅଡିଟୋରିୟମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜଳଯୋଗାଣ ପରିଚାଳନା ଦାୟିତ୍ବ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମହିଳା ମାନେ ଛତୁଆ ତିଆରି, ବିଦ୍ୟୁତ୍‌ ମିଟର ରିଡିଙ୍ଗ ଏବଂ ଧାନ ସଂଗ୍ରହ ପରି କାର୍ଯ୍ୟକ୍ରମରେ ସଫଳ ଯୋଗଦାନ ଦେଇଥିବା ବେଳେ ଏଣିକି ଜଳଯୋଗାଣ ପ୍ରକଳ୍ପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟର ପ୍ରତ୍ୟୋକ ଘରକୁ ପିଇବା ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀ ମାନେ ସଫଳତାର ସହିତ ଆଗକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀ ମାନଙ୍କୁ ଜଳର ମାନ ପରୀକ୍ଷଣ କିଟ୍‌ ଏବଂ ପିଓଏସ୍‌ ମେସିନ୍‌ ବଣ୍ଟନ କରିଥିଲେ । ନୂତନ ଜଳ ସଂଯୋଗ ସହିତ ମାସିକ ଦେୟ ଆଦାୟ ଏବଂ ଜଳର ମାନ ପରୀକ୍ଷଣ କରିବେ ଜଳସାଥୀ । ଓ୍ବାଟ୍‌କୋ ଦ୍ୱାରା ଏହି ଯୋଜନା ହାତକୁ ନିଆଯାଇଥିବା ବେଳେ ନବୀନ ନିବାସର ଜଳକର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳକର ବାବଦକୁ ରୂପେ କାର୍ଡରେ 593 ଟଙ୍କା ଜଳସାଥୀଙ୍କୁ ଦେଇ ଯୋଜନାର ଶୁଭାରମ୍ଭ କରିଛନ୍ତି ନବୀନ ।

naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026
Latest News

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.