ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଲେ ରାହୁଲ୍‌

Published: Dec 28, 2019, 1:10 pm IST

ନୂଆଦିଲ୍ଲୀ, 28/12: କଂଗ୍ରେସ ଦଳ ଆଜି ୧୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଏହି ଦିବସ ଅବସରରେ କଂଗ୍ରେସ ନାଗରିକତା ଆଇନ ବିଷୟକୁ ନେଇ ମୋଦି ସରକାରକୁ ଘେରିଛି। କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହାକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ରାହୁଲ୍‌ ଗାନ୍ଧି ଦଳର ମୁଖ୍ୟାଳୟରେ  ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏଥିରେ ଭାରତର ଗରିବ ଲୋକଙ୍କର ବହୁତ କ୍ଷତି ହେବାକୁ ଯାଉଛି। ରାହୁଲ୍‌ କହିଛନ୍ତି ଯେ, ଏନ୍‌ଆରସି ଓ ଏନ୍‌ଆରପି ପ୍ରକ୍ରିୟା ଦ୍ବାରା ସରକାରଙ୍କ କିଛି ପୁଞ୍ଜିପତି ବନ୍ଧୁଙ୍କ ଲାଭ ହେବ। ପୂର୍ବରୁ ରାହୁଲ୍‌ ଗାନ୍ଧି ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ’ଆରଏସଏସ୍‌’ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି ବୋଲି କହିଥିଲେ।

ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି  ଦଳର ପତାକା ଉତ୍ତୋଳନ କରିଥିଲେ । ଆଜି କଂଗ୍ରେସ ତରଫରୁ ସାରା ଭାରତବର୍ଷରେ ସମ୍ବିଧାନ ବଚାଓ ଦେଶ ବଚାଓର ରାଲିର ଆୟୋଜନ କରାଯାଇଛି। (ଏଜେନ୍ସି)

Related posts