ଅନ୍ୟ ବିରୋଧୀମାନେ ଡରୁଛନ୍ତି, ଆମେ ଏକାକୀ ଲଢେଇ କରିବାକୁ ପ୍ରସ୍ତୁତ : ପ୍ରିୟଙ୍କା ଗାନ୍ଧି

Published: Dec 28, 2019, 4:12 pm IST

ଲକ୍ଷ୍ନୌ, 28/12: କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନାଗରିକତା ଆଇନ ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର ଉପରେ ମୋଦି ସରକାରଙ୍କୁ ବିରୋଧ କରିବା ସହିତ ଅନ୍ୟ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌଠାରେ ପ୍ରିୟଙ୍କା କହିଛନ୍ତି ଯେ, ୟୁପିରେ ଅନ୍ୟ ବିରୋଧୀ ଦଳ(ସପା, ବସପା) କିଛି କରୁନାହାନ୍ତି, କାରଣ ସେମାନେ ଡରୁଛନ୍ତି। ଆମକୁ ଏକାକୀ ଲଢିବାକୁ ପଡ଼ିବ, ଆମେ କାହାକୁ ଡରୁନୁ। ଆମେ ଏହି ପ୍ରଦେଶକୁ ମଜବୁତ୍‌ କରିବୁ ବୋଲି କହିଛନ୍ତି ପ୍ରିୟଙ୍କା। ଆଜି ଦେଶ ବିପଦରେ। ଆମେ ରାଜ୍ୟର ଭିନ୍ନ ଭିନ୍ନ ହିଂସାରେ ହିଂସା ହେଉଥିବାର ଦେଖୁଛୁ। ଛାତ୍ର ଓ ଯୁବସମାଜ ନିଜର ସ୍ବର ଉଠାଉଛନ୍ତି। କିନ୍ତୁ ସରକାର ସେମାନଙ୍କ ମଜାକ୍‌ କରୁଛି। ଦେଶରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯୁବକଙ୍କୁ ପିଟାଯାଉଛି। ଆଜି ଆମେ ଏମିତି ଏକ ବିଚାରଧାରା ସହ ଲଢୁଛୁ, ଯାହାଙ୍କର ଦେଶର ସ୍ବାଧୀନତାରେ କିଛି ଭୂମିକା ନାହିଁ। (ଏଜେନ୍ସି)

Related posts