ପୂର୍ବତନ ବାଂଲାଦେଶ ମୁଖ୍ୟ ବିଚାରପତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ

Published: Jan 6, 2020, 2:19 pm IST

ଢାକା : ବାଂଲାଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ହେରଫେର ମାମଲାରେ ସିହ୍ନାଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ସୋମବାର କୋର୍ଟ ସିହ୍ନାଙ୍କ ଗିରଫଦାରୀ ଆଦେଶ ଦେଇଛନ୍ତି । ବାଂଲାଦେଶରୁ ପଳାୟନ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଆତ୍ମଗୋପନ କରିଥିବା ସିହ୍ନାଙ୍କ ନାମରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଜାନୁୟାରୀ 22 ତାରିଖ ମଧ୍ୟରେ ସିହ୍ନାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସିହ୍ନା ଅକ୍ଟୋବର 13,2017ରେ ଦେଶ ଛାଡି ପଳାୟନ କରିଥିଲେ ଏବଂ ନଭେମ୍ବର 10,2017ରେ ବିଦେଶରୁ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଜାନୁୟାରୀ 2015ରେ ସିହ୍ନାଙ୍କୁ ବାଂଲାଦେଶର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । (ଏଜେନ୍ସୀ)

Related posts