Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମିଆରେ ପ୍ରହାର, ଜେଏନ୍‌ୟୁରେ ଇନ୍ତେଜାର୍‌ : ପୋଲିସ୍‌ର ଭୂମିକା ନେଇ ଉଠିଲା ପ୍ରଶ୍ନ
ଆଜିର ଖବର

ଜାମିଆରେ ପ୍ରହାର, ଜେଏନ୍‌ୟୁରେ ଇନ୍ତେଜାର୍‌ : ପୋଲିସ୍‌ର ଭୂମିକା ନେଇ ଉଠିଲା ପ୍ରଶ୍ନ

January 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହଜନକ ରହୁଥିବାର  ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହପୂର୍ଣ୍ଣ ରହିଛି । ଜାମିଆ ବିଶ୍ବବିଦ୍ୟାଳୟରେ ପୋଲିସ୍‌ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧକାରୀଙ୍କୁ ପ୍ରହାର ଦେଇଥିବାବେଳେ ଜେଏନ୍‌ୟୁରେ ପୋଲିସ୍‌ ଧୀର ସ୍ଥିର ନୀତି ଆପଣାଇ ଅପେକ୍ଷା କରିଛି । ପୋଲିସ୍‌ର ଏପରି ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଗତ ତିନି ସପ୍ତାହ ମଧ୍ୟରେ ଦିଲ୍ଲର ସର୍ବବୃହତ୍‌ ଦୁଇ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆରେ ଆକ୍ରମଣ ଓ ହିଂସା ଘଟଣା ସାରା ଭାରତବର୍ଷରେ ଚର୍ଚ୍ଚାରେ ରହିଛି । ଜାମିଆରେ ଗତ ଡିସେମ୍ବର 15 ତାରିଖରେ ନାଗରି୍କତା ସଂଶୋଧନ କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ହିଂସା ଘଟଣା ଦେଖିବାକୁ ମିଳିଥିବାବେଳେ ଦୀର୍ଘ ଦିନରୁ ବର୍ଦ୍ଧିତ ଫି’ ପ୍ରତିବାଦରେ ଜେଏନ୍‌ୟୁରେ ବିରୋଧ ପ୍ରଦର୍ଶନ ଚାଲିଆସିଥିଲା । ଗତକାଲି ଜେଏନ୍‌ୟୁରେ ଏହି ଘଟଣାକୁ ନେଇ ହୋଇଥିବା ହିଂସ୍ରକ ଆକ୍ରମଣ ଘଟଣା ଏହି ଘଟଣାକୁ ଏକ ଭିନ୍ନମୋଡ ଦେଇଛି । ଏହି ଘଟଣାକୁ ନେଇ ବିରୋଧୀ ସରକାର ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଥିବାବେଳେ ଏହି ଘଟଣାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟ ସାମ୍ନାସାମ୍ନି ହୋଇଛନ୍ତି ।

ଜେଏନ୍‌ୟୁରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଦୁଇ ମାସ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଗତକାଲି ଏହି ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ଥିଲା । ଏହାକୁ ନେଇ ବାମ ସଙ୍ଗଠନ ଓ ଜେଏନ୍‌ୟୁ ଛାତ୍ର ସଂଘ ବିରୋଧ କରି ଫି’ ହ୍ରାସ ପାଇଁ  ଦାବି କରୁଥିଲେ । ଏହାମଧ୍ୟରେ ଏବିଭିପିର ଛାତ୍ର ନେତା ପହଞ୍ଚି ଦୁଇ ସଙ୍ଗଠନ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ବିରାଟକାୟ ରୂପ ଧାରଣ କରିଥିଲା ।

ରବିବାର ସନ୍ଧ୍ୟା 4ଟା ସମୟରେ ଜେଏନ୍‌ୟୁ ଛାତ୍ର ସଂଘ ସାବରମତୀ ହଷ୍ଟେଲ୍‌ରେ ଏକ ବୈଠକ କରିଥିଲେ । ଏହା ପରେ ସନ୍ଧ୍ୟା 5 ଘଟିକା ବେଳକୁ ଛାତ୍ର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ କ୍ୟାମ୍ପସ୍‌ ଭିତରେ ମୁଖାପିନ୍ଧା ଆକ୍ରମଣକାରୀଙ୍କ ଆକ୍ରମଣର ତାଣ୍ଡବ ଚାଲିଲା ।

ଏକ ଭିଡିଓରେ ଏହା ସ୍ପଷ୍ଟ ହୋଇଛିଯେ, ଏହି ମୁଖାପିନ୍ଧା ଆକ୍ରମଣକାରୀ ହାତରେ ଲାଠି ଓ ରଡ୍‌ ଧରି ବିଶ୍ବବିଦ୍ୟାଳୟ ପରିସର ଭିତରେ ପଶୁଥିବାବେଳେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ, କିନ୍ତୁ ସେ ଏହାକୁ ବିରୋଧ କରୁନଥିଲେ ।

ବିଶ୍ବବିଦ୍ୟାଳୟ ପରିସରରେ ପରିସ୍ଥିତି ଉତ୍ତେଜନାମୟ ହେବା ପରେ ପୋଲିସ୍‌କୁ ଫୋନ୍‌ ଆସିଥିଲା । ମାତ୍ର ସୂଚନା ପାଇଁ କିଛି ପୋଲିସ୍‌ କର୍ମୀ ଜେଏନ୍‌ୟୁରେ ପହଞ୍ଚିଥିଲେ କିନ୍ତୁ ଏଣ୍ଟ୍ରାନ୍ସ ଗେଟ୍‌ ପରେ ରହିଗଲେ । ପୋଲିସ୍‌କୁ କ୍ୟାମ୍ପସ୍‌ ଭିତରକୁ ଯିବାକୁ ଅନୁମତି ନଥିଲା ।

ଏହା ପରେ ସନ୍ଧ୍ୟା 6.45ରେ ଜେଏନ୍‌ୟୁ ପ୍ରଶାସନ ତରଫରୁ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌କୁ ସାହା୍ଯ୍ୟ ମଗାଯାଇଥିଲା । ଏହା ପରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ପାଖାପାଖି 7.45 ଭିତରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ଅର୍ଥାତ୍‌ କ୍ୟାମ୍ପସ୍‌ ଭିତରେ ଲାଠି ଚାଲାନ ଓ ପଥର ମାଡ ହେବା ପରେ ପୋଲିସ୍‌ ପହଞ୍ଚିଥିଲା । ଏହାପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲେ ।

ଜେଏନ୍‌ୟୁରେ ପୋଲିସ୍‌ ଓ୍ବେଟ୍‌ ଏଣ୍ଡ୍‌ ଓ୍ବାଚ୍‌ର ଭୂମିକାରେ ନଜର ଆସିଥିବାବେଳେ ଜାମିଆ କ୍ୟାମ୍ପସ୍‌ରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ପୋଲିସ୍‌ ଦୌଡ଼ି ଦୌଡ଼ି ପ୍ରଦର୍ଶନକାରୀଙ୍କୁ ମାରିଥିଲେ । ତେବେ ଜାମିଆ କ୍ୟାମ୍ପସ୍‌ ଭିତରକୁ ପୋଲିସ୍‌ ବିନା ପରମିଶନ୍‌ରେ ପହଞ୍ଚିପାରିଥିବାବେଳେ ଜେଏନ୍‌ୟୁରେ ପରିମିଶନ୍‌ ପାଇ ପହଞ୍ଚିପାରିନଥିଲା କେମିତି ।

anticaa delhipolice jamiaviolence JNU Violence
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.