ଜାତୀୟ ଯୁବ ଦିବସରେ ବେଲୁର ମଠରେ ମୋଦି : ନାଗରିତା ପ୍ରଦାନ ପାଇଁ ସିଏଏ ପ୍ରଣୟନ କରାଯାଇଛି

Published: Jan 12, 2020, 12:30 pm IST

କୋଲକାତା : ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠ​‌ରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ଆଲୋଚନା କରିଥିଲେ । ନିଷ୍ପେସିତ ଏବଂ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । କାହାର ନାଗରିକତ୍ବ ଛିନ୍ନ କରିବା ପାଇଁ ଏହି ଆଇନ ନୁହେଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଷ୍ଟ୍ର ମାନଙ୍କରେ ନିର୍ଯାତିତ ହିନ୍ଦୁଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମକୁ ପ୍ରଣୟନ କରାଯାଇଛି ବୋଲି ମୋଦି କହିଥିଲେ । ଦେଶର ଯୁବଗୋଷ୍ଠୀ ଏହି ଆଇନକୁ ନେଇ ଉତ୍ସାହିତ ମାତ୍ର ବିପକ୍ଷ ରାଜନେତା ଏହାକୁ ନେଇ ସାଧାରଣରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Related posts