
ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)