ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

Published: Jan 26, 2020, 4:28 pm IST

ସମୀକ୍ଷା ବ୍ୟୁରୋ

ବାଲିଗୁଡା : ରାଜ୍ୟରେ ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ଧରୁନାହିଁ । ବାଲିଗୁଡା ଅଞ୍ଚଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଜଳଖିଆ ଦେବାକୁ କହି ଘରୁ ଡାକି ନେଇ ଗାଁ ପାଖ ଜଙ୍ଗଲରେ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ନାବାଳିକାର ପାଟି ଶୁଣି ଅଭିଯୁକ୍ତ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପିଟିଛନ୍ତି । ଉକ୍ତ ଯୁବକକୁ ବ୍ରାହ୍ମଣୀଗାଁ ପୋଲିସ୍‌ର ଜିମାଦେଇଛନ୍ତି ଗ୍ରାମବାସୀ ।

Related posts