
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜାମିଆ ମାଲିଆ ଇସ୍ଲାମିଆରେ ଗୁଳିଚାଳନା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକ ଡକାଇଛନ୍ତି । ଦିଲ୍ଲୀ ପୋଲିସ୍ର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗୁଳିଚାଳନାକୁ ନେଇ ଉଭୟ ବିଜେପି ଏବଂ ଆପ୍ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ନିର୍ବାଚନ କମିଶନ ବୈଠକ ଡକାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଗୁଳି ଚଳାଇବାର କିଛି ସମୟ ପୂର୍ବରୁ ଫେସ୍ବୁକ୍ରେ ଲାଇଭ୍ ଯାଇ ଗୁଳି ମାରିବା ନେଇ ଘୋଷଣା କରିଥିଲେ । (ଏଜେନ୍ସୀ)