କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ବି ଏସ୍‌ ୟେଦ୍ୟୁରପ୍ପା

Published: Feb 6, 2020, 12:47 pm IST

ବେଙ୍ଗାଲୁରୁ : କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ୟୁରପ୍ପା । ଏହି ସମ୍ପ୍ରସାରଣରେ 10 ଜଣ ବିଧାୟକଙ୍କୁ ସାମିଲ କରାଯାଇଛି । ରାଜ୍ୟପାଳ ଭାଜୁଭାଇ ଭାଲାଙ୍କୁ ୟେଦ୍ୟୁରପ୍ପା ଚିଠି ଲେଖି କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଘୋଷଣା କରିଛନ୍ତି । ସମ୍ପ୍ରସାରିତ କ୍ୟାବିନେଟ୍‌ରେ ଏସ୍‌ଟି ସୋମଶେଖର, ରମେଶ ଲକ୍ଷ୍ମଣରାଓ, ଆନନ୍ଦ ସିଂ, ଡ. କେ ସୁଧାକର, ବିଏ ବାସଭରାଜା, ବିସି ପାଟଇଲ, କେ ଗୋପାଳ୍ୟା, ନାରାୟଣ ଗୌଡା ଏବଂ ଶ୍ରୀମନ୍ତ ବାଲାସାହେବ ପାଟିଲଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ଏହି ସମସ୍ତ ବିଧାୟକ ଆଜି ସଚିବାଳୟରେ ଶପଥ ଗ୍ରହଣ କରିବେ । (ଏଜେନ୍ସି)

Related posts