Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଜିଟ୍‌ ପୋଲ୍‌ ରିପୋର୍ଟ ଓ ନିର୍ବାଚନ ପରିଣାମ ମଧ୍ୟରେ ହେବ ବହୁତ ଅନ୍ତର : ପ୍ରକାଶ ଜାଭେଡ୍‌କର୍‌
ଆଜିର ଖବର

ଏକଜିଟ୍‌ ପୋଲ୍‌ ରିପୋର୍ଟ ଓ ନିର୍ବାଚନ ପରିଣାମ ମଧ୍ୟରେ ହେବ ବହୁତ ଅନ୍ତର : ପ୍ରକାଶ ଜାଭେଡ୍‌କର୍‌

February 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଅନୁଷ୍ଠିତ ହୋଇଟାଇଛି । ଏବେ ନିର୍ବାଚନୀ ଫଳାଫଳକୁ ଅପେକ୍ଷା । ତେବେ ବୁଥ୍‌ ବାହୁଡା ମତ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରଚଣ୍ଡ ବହୁମତ ମିଳୁଛି । ଇଣ୍ଡିଆ ଟୁଡେ ଓ ଏକ୍ସିସ୍‌ ମାୟ ଇଣ୍ଡିଆର ଏକ୍‌ଜିଟ୍‌ ରିପୋର୍ଟ ମୁତାବକ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ 59ରୁ 68ଟି ଆସନ ଓ ଭାରତୀୟ ଜନତା ଦଳ ( ବିଜେପି)କୁ ମାତ୍ର 2ରୁ 11ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ପୂରା ଶକ୍ତି ଲଗାଇଥିବାବେଳେ ବାଜି କିନ୍ତୁ ପଲଟିବାର ଚାନ୍ସ ନାହିଁ ବୋଲି ଜଣାପଡୁଛି । ଏତଦ୍‌ବ୍ୟତୀତ ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସକୁ ମଧ୍ୟ ଗତ ଥର ଚଳିତ ଥର ମଧ୍ୟ କୌଣସି ଆସନ ମିଳିବା ନ ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ ଭାରତୀୟ ଜନତା ପାର୍ଟି ଏହି ରିପୋର୍ଟକୁ ନେଇ ପ୍ରଶ୍ନ କରିଛି ।

କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଓ ଭାରତୀୟ ଜନତା ଦଳର ନେତା ପ୍ରକାଶ ଜାଭେଡ୍‌କର୍‌ କହିଛନ୍ତି – ‘ଏକଜିଟ୍‌ ପୋଲ୍‌ ଓ ନିର୍ବାଚନୀ ପରିଣାମରେ ବହୁତ କିଛି ଅନ୍ତର ରହିବ । ଆମେ ନିର୍ବାଚନୀ ପରିଣାମକୁ ଅପେକ୍ଷା କରିବା ଉଚିତ୍‌ ବୋଲି କହିଛନ୍ତି ଜାଭେଡକର । ପୂର୍ବରୁ ଏକଜିଟ୍‌ ପୋଲ୍‌ ବିଫଳ ମଧ୍ୟ ହୋଇଛି ।  ସେହିପରି ବିଜେପି ସାଂସଦ ପ୍ରବେଶ ବର୍ମା କହିଛନ୍ତି ଯେ, ‘ଆମେ  କେତେ ନିର୍ବାଚନ ଦେଖିଛୁ ଯେଉଁଠି ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହୋଇଛି । ଏଥର ବି ଏକଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେବ ।  ସେହିପରି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ମଧ୍ୟ ଏକଜିଟ୍‌ ପୋଲ୍‌ ରିପୋର୍ଟ ଭୁଲ୍‌ ହେବ ବୋଲି କହିଛନ୍ତି । ବିଜେପିକୁ ଯଦି ବିଧାନସଭା ନିର୍ବାଚନରେ 20ଟି ଆସନ ମିଳିବ, ତେବେ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀରେ ସରକାର ହେବ ନାହିଁ । ଏକଜିଟ୍‌ ପୋଲ୍‌ ରିପୋର୍ଟଠାରୁ ଦଳ ଭଲ ପ୍ରଦର୍ଶନ କରିଥିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସୁଭାଷ ଚୋପ୍ରା ।(ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.