Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା : ଉଦ୍ଧବ ଓ ପାଓ୍ବାରଙ୍କ ମଧ୍ୟରେ ମତଭେଦ
ଆଜିର ଖବର

ସିଏଏକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା : ଉଦ୍ଧବ ଓ ପାଓ୍ବାରଙ୍କ ମଧ୍ୟରେ ମତଭେଦ

February 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ସିଏଏକୁ ନେଇ  ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଅସ୍ଥିରତା ଦେଖାଦେଇଛି । ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମହାମେଣ୍ଟ  ‘ମହାବିକାଶ ଅଘାଡି’ ସରକାରରେ ପୁଣିଥରେ ଏହାକୁ ନେଇ  ମତଭେଦ  ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପୁଣିଥରେ ସିଏଏ ଓ ଏନ୍‌ପିଆର୍‌ ଲାଗୁ ହେଲେ କିଛି ପ୍ରଭାବ ପଡିବ ନାହିଁ ବୋଲି କହିବା ସହିତ ଏନ୍‌ଆରସି ଲାଗୁ ହେବ ନାହିଁ ବୋଲି କହିଛନ୍ତି । ଉଦ୍ଧବଙ୍କ ବୟାନକୁ ନେଇ ନାରାଜ ରହିଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର । ଶରଦ ପାଓ୍ବାର କହିଛନ୍ତି ଯେ, ଏହା କେବଳ ତାଙ୍କର ରାୟ ଅଟେ। ଏନ୍‌ସିପି ପାଇଁ ଏହା ଚିନ୍ତାର ବିଷୟ ।

ସୂଚନାଯୋଗ୍ୟ ଯେ, ଉଦ୍ଧବ ସିଏଏ ଓ ଏନ୍‌ଆରସିକୁ ଦୁଇ ଅଲଗା ପ୍ରକ୍ରିୟା ଓ ଏନ୍‌ପିଆର ମଧ୍ୟ ଅଲଗା ପ୍ରକ୍ରିୟା ବୋଲି କହିବା ସହିତ  ସିଏଏ ଲାଗୁ ହେଲେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ରାଜ୍ୟରେ ଏନ୍‌ଆରସି ଲାଗୁ ହେବ ନାହିଁ । ଯଦି ଏନ୍‌ଆରସି ଲାଗୁ ହେବ, କେବଳ ହିନ୍ଦୁ ଓ ମୁସଲମାନ ନୁହଁନ୍ତି ବରଂ ଆଦିବାସୀମାନେ ମଧ୍ୟ ପ୍ରଭାବିତ ହେବେ ବୋଲି ଉଦ୍ଧବ କହିଛନ୍ତି । କେନ୍ଦ୍ର ଏବେ ଏନ୍‌ଆରସି ଉପରେ ଚର୍ଚ୍ଚା କରିନାହିଁ । ଏନପିଆର୍‌ ଜନଗଣନା ଅଟେ । ଏଥିରେ କେହି ପ୍ରଭାବିତ ହେବେ ନାହିଁ ବୋଲି ଉଦ୍ଧବ କହିଛନ୍ତି । ସେହିପରି ଉଦ୍ଧବଙ୍କ ଏହି ବୟାନକୁ ନେଇ ନାରାଜ ହୋଇଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର । ସେ କହିଛନ୍ତି ଯେ, ସିଏଏକୁ ନେଇ ଏହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ମତ । କିନ୍ତୁ ଏନ୍‌ସିପି ଏହାକୁ ସମର୍ଥନ କରିନାହିଁ, ଆମେ ଏହା ବିରୋଧରେ ଭୋଟ୍‌ ଦେଇଛୁ । ସିଏଏର ସମର୍ଥନ ଓ ପ୍ରତିବାଦରେ ମୁମ୍ବାଇଠାରେ ରାଲି ହୋଇସାରିଛି ।

maharastapolitics udhavthakery
Share. Facebook Twitter LinkedIn Email WhatsApp Copy Link

Related Posts

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026
Latest News

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.