Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଜଙ୍ଗରେ ବସୁନ୍ଧରା ଯୋଜନା ଘୋଟାଲା : ଭଡାଟିଆଙ୍କୁ ପକାଘର, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
ଆଜିର ଖବର

କୁଜଙ୍ଗରେ ବସୁନ୍ଧରା ଯୋଜନା ଘୋଟାଲା : ଭଡାଟିଆଙ୍କୁ ପକାଘର, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

March 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭଡ଼ାରେ ରହୁଥିବା ଜନୈକା ମହିଳାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି । ବେଆଇନ ଭାବରେ ମହିଳାଙ୍କୁ ଘରଡ଼ିହ ଏବଂ ବିଜୁ ପକାଘର ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଘଟଣାକୁ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା । ମାତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜନୈକ ସ୍ଥାନୀୟ ବ୍ୟକ୍ତି ହାଇକୋର୍ଟରେ ଅଭିଯୋଗ କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯଦୁପୁର ଗ୍ରାମର ସ୍ନେହଲତା ପ୍ରଧାନ ନାମକ ଜନୈକା ମହିଳା ତାଙ୍କ ପରିବାର ସହିତ ପାରାଦୀପର ବିଭିନ୍ନ ଶିଳ୍ପାଞ୍ଚଳରେ ଜିବୀକା ନିର୍ବାହ କରନ୍ତି । ନିମିଢ୍ରି ଗ୍ରାମରେ ସେ ଭଡାଘରରେ ଅବସ୍ଥାନ କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତାଙ୍କର ବାପା ଏବଂ ଶଶୁରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମି ରହିଛି । ଏହା ସତ୍ତ୍ବେ ସେ ଭୂମିହୀନଭାବେ ବସୁନ୍ଧରା ଯୋଜନାରେ ଘରଡ଼ିହ ପାଇଁ ଆବେଦନ କରିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ ଅନୁକୂଳ ରିପୋର୍ଟ ପ୍ରଦାନ କରିଥିଲେ । ଫଳରେ ତାଙ୍କୁ ନିହାରୁଣୀ କନ୍ଧା ଅଂଚଳରେ ସ୍ଥାନୀୟ ତହସିଲ ପକ୍ଷରୁ ଖାତା ନମ୍ବର ୮୨/୧୩୭ରେ ୨୦୧୭ ମସିହାରେ ବସୁନ୍ଧରା ଯୋଜନାରେ ୪ ଡ଼ିସିମିଲ ଘରଡ଼ିହ ପ୍ରଦାନ କାଯାଇଥିଲା ।

ଏହାପରେ ସମ୍ପୃକ୍ତ ମହିଳା ବ୍ଳକ ପ୍ରଶାସନକୁ ହାତକରି ଏକ ବିଜୁ ପକ୍କାଘର ନିଜ ନାମରେ କରାଇ ନେଇଥିଲେ ଏବଂ ସେଠାରେ ନିଜର ଭବ୍ୟ ବାସଭବନ ନିର୍ମାଣ କରିଥିଲେ । ସମ୍ପୃକ୍ତ ମହିଳା ନିଜର ପ୍ରଭାବ ବିସ୍ତାର କରି ପାରାଦୀପଗଡ଼ ପଂଚାୟତର ବିଜୁ ଯୁବ ବାହିନୀର ସଭାନେତ୍ରୀ ପଦକୁ ହାତେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ନିମିଢି ଗ୍ରାମର ବାବୁଲି ନାୟକ ପ୍ରଥମେ ଗତ ୨୦୧୯ ନଭେମ୍ବର ମାସ ୧୫ ତାରିଖରେ କଟକ ଭିଜିଲାନ୍ସ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଭିଜିଲାନ୍ସ ବିଭାଗର ସ୍ଥାଣୁତା କାରଣରୁ ସେ ମାନ୍ୟବର ହାଇ କୋର୍ଟରେ ଗୃହ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ, ଏସପି ଭିଜିଲାନ୍ସ କଟକ, ଡ଼ିଏସପି ଭିଜିଲାନ୍ସ ଜଗତସିଂହପୁରଙ୍କ ପକ୍ଷକରି ସିଆଏଲଏମପି ୧୮୦୮/୨୦୧୯ରେ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ମାମାଲାର ବିଚାରକରି ଭିଜିଲାନ୍ସ ଏସପି କଟକକୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

kujang
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଡିଜିଟାଲ୍ ପରିମଳ ମଡେଲ୍ କୁ ବିଶ୍ୱସ୍ତରୀୟ ସ୍ୱୀକୃତି

June 20, 2026

ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ

June 20, 2026

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026
Latest News

ଓଡ଼ିଶାର ଡିଜିଟାଲ୍ ପରିମଳ ମଡେଲ୍ କୁ ବିଶ୍ୱସ୍ତରୀୟ ସ୍ୱୀକୃତି

June 20, 2026

ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ

June 20, 2026

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.