Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କଲେ ସସ୍ମିତ୍‌ ପାତ୍ର
ଆଜିର ଖବର

ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କଲେ ସସ୍ମିତ୍‌ ପାତ୍ର

March 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଟିଏମ୍‌ ସର୍ବସାଧାରଣ ବ୍ୟବହାର ସ୍ଥଳ ହୋଇଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ଏବଂ ସଙ୍କ୍ରମଣ କରାଯିବ ଏହାକୁ ନେଇ ସସ୍ମିତ ପ୍ରଶ୍ନ ଉଠାଇଥିଲେ । ଏଟିଏମ୍‌କୁ ସମସ୍ତେ ଛୁଉଁଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମଗ୍ର ଦେଶରେ 51ଟି ପରୀକ୍ଷଣ କେନ୍ଦ୍ର ରହିଥିବା ବେଳେ ଏହାର ସଂଖ୍ୟା ବଢାଇବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ । ସେହିପରି ଡାକ୍ତରଙ୍କ ପାଇଁ ବ୍ୟବହୃତ ସୁଟ୍‌ ମଧ୍ୟ ଆବଶ୍ୟକ ସଂଖ୍ୟକ ନଥିବା ଉପରେ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ବିମାନବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍‌ । ସେହିପରି ଓଡିଶା ବିଧାନସଭାରେ କରାଯାଇଥିବା ହାତଧୁଆ ସେସନ୍‌ ପରି ସଂସଦରେ ଏକ ସେସନ୍‌ କରିବା ପାଇଁ ପାତ୍ର ଅନୁରୋଧ କରିଥିଲେ । ସେହିପରି ଘରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଏହା ଦ୍ବାରା ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ କେନ୍ଦ୍ର ସରକାର ଏହା ଉପରେ ଧ୍ୟାନ ଦେବା ଉଚିତ୍‌ ବୋଲି ଶ୍ରୀ ପାତ୍ର କହିଥିଲେ ।

corona sasmitpatra
Share. Facebook Twitter LinkedIn Email WhatsApp Copy Link

Related Posts

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

ଅସଲ ଟିଏମସି କିଏ? ପ୍ରଶ୍ନରେ ଉଠିଲା ଝଡ଼; କୋର୍ଟ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

June 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026
Latest News

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

ଅସଲ ଟିଏମସି କିଏ? ପ୍ରଶ୍ନରେ ଉଠିଲା ଝଡ଼; କୋର୍ଟ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

June 15, 2026

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.