Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା : ରାସନକାର୍ଡଧାରୀଙ୍କୁ ମାଗଣା ଚାଉଳ ଓ ଚିନି ସହ 1000 ଟଙ୍କାର ସହାୟତା ରାଶି ଦେବେ ତାମିଲନାଡୁ ସରକାର
ଆଜିର ଖବର

କରୋନା ମୁକାବିଲା : ରାସନକାର୍ଡଧାରୀଙ୍କୁ ମାଗଣା ଚାଉଳ ଓ ଚିନି ସହ 1000 ଟଙ୍କାର ସହାୟତା ରାଶି ଦେବେ ତାମିଲନାଡୁ ସରକାର

March 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ଦେଶରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି । ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଗଲାଣି । ସେହିପରି 10 ଜଣ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି । ସାରା ଦେଶରେ ଏବେ ଲକଡାଉନ୍‌ । କିଛି କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ଲକ୍‌ ଡାଉନ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ ପାଇଁ ବହୁତ କଷ୍ଟ କରିବାକୁ ପଡୁଛି । ଏପରି ସଂକଟ ମଧ୍ୟରେ ତାମିଲନାଡୁ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟରେ ରାସନ କାର୍ଡ ଧାରୀଙ୍କୁ ସରକାରଙ୍କ ତରଫରୁ 1000 ଟଙ୍କାର ସହାୟତା ରାଶି ମିଳିବ  ବୋଲି ଘୋଷଣା କରାଯାଇଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀ ମଙ୍ଗଳବାର ଦିନ ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ରାସନକାର୍ଡ ଧାରୀଙ୍କୁ ମାଗଣାରେ ଚାଉଳ ଓ ଚୀନ ଦିଆଯିବା ସହ 1000 ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାସନ୍‌ ସାମଗ୍ରୀ ନେବା ପାଇଁ ଲୋକେ ମାନେ ଲମ୍ବା ଧାଡ଼ି ବା ଗହଳି କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ସେମାନଙ୍କୁ ଏକ ଟୋକନ୍‌ ଦିଆଯିବ । ଏହା ସାହାଯ୍ୟରେ ସେମାନେ ସୁବିଧାରେ ରାସନ ସାମଗ୍ରୀ ନେଇ ପାରିବେ । ସେହିପରି ରାସନକାର୍ଡ ଧାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି ।

  • ଯେଉଁ ରାସନ କାର୍ଡଧାରୀମାନେ ମାର୍ଚ୍ଚ ମାସର ରାସନ ସାମଗ୍ରୀ ନେଇନାହାନ୍ତି, ସେମାନେ ଅପ୍ରେଲ୍‌ ମାସରେ ନେଇପାରିବେ ।
  • ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ 1000ଟଙ୍କାର ସାହାଯ୍ୟ ମିଳିପାରିବ ।
  • ରିକ୍ସା ଚାଳକ, ଅଟୋ ରିକ୍ସାବାଲାଙ୍କୁ ଅତିରିକ୍ତ 100ଟଙ୍କାର ସାହାଯ୍ୟ ମିଳିବ ।
  • ବରିଷ୍ଠ ନାଗରିକଙ୍କୁ ଅଙ୍ଗନଓ୍ବାଡି ତରଫରୁ ମାଗଣା ଖାଦ୍ୟର ସୁବିଧା ମିଳିବ
  • ଅଟୋ ଡ୍ରାଇଭରଙ୍କୁ ରନ୍ଧା ତେଲ ଓ ଚାଉଳ ଆଦିର ସୁବିଧା ଦିଆଯିବ ।
  • ସେହିପରି ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କୁ ରନ୍ଧା ତେଲ ଓ ଏକ କିଲୋ ଚାଉଳ ଅତିରିକ୍ତ ଭାବରେ ଯୋଗାଇ ଦିଆଯିବ ।
  • ଅମ୍ମା କ୍ୟାଣ୍ଟିନ୍‌ ତରଫରୁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯିବ ।
  • ଅଣ ସଙ୍ଗଠିତ କ୍ଷେତ୍ରଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ 3250 କୋଟିର ରିଲିଫ୍‌ ଫଣ୍ଡର ପ୍ରସ୍ତୁତ କରାଯାଇଛି ।

ତାମିଲ୍‌ନାଡୁରେ ଏପର୍ଯ୍ୟନ୍ତ 12ଟି କରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସରକାର ଧାରା 144 ଲଗାଇବା ସହିତ ଲକ୍‌ଡାଉନ୍‌ର ଘୋଷଣା ମଧ୍ୟ କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025
Latest News

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025

ଲଞ୍ଚ୍ ହେଲା ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter, ଜାଣନ୍ତୁ ମୂଲ୍ୟ କେତେ?

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.