Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା : ରାସନକାର୍ଡଧାରୀଙ୍କୁ ମାଗଣା ଚାଉଳ ଓ ଚିନି ସହ 1000 ଟଙ୍କାର ସହାୟତା ରାଶି ଦେବେ ତାମିଲନାଡୁ ସରକାର
ଆଜିର ଖବର

କରୋନା ମୁକାବିଲା : ରାସନକାର୍ଡଧାରୀଙ୍କୁ ମାଗଣା ଚାଉଳ ଓ ଚିନି ସହ 1000 ଟଙ୍କାର ସହାୟତା ରାଶି ଦେବେ ତାମିଲନାଡୁ ସରକାର

March 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ଦେଶରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି । ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଗଲାଣି । ସେହିପରି 10 ଜଣ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି । ସାରା ଦେଶରେ ଏବେ ଲକଡାଉନ୍‌ । କିଛି କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ଲକ୍‌ ଡାଉନ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ ପାଇଁ ବହୁତ କଷ୍ଟ କରିବାକୁ ପଡୁଛି । ଏପରି ସଂକଟ ମଧ୍ୟରେ ତାମିଲନାଡୁ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟରେ ରାସନ କାର୍ଡ ଧାରୀଙ୍କୁ ସରକାରଙ୍କ ତରଫରୁ 1000 ଟଙ୍କାର ସହାୟତା ରାଶି ମିଳିବ  ବୋଲି ଘୋଷଣା କରାଯାଇଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀ ମଙ୍ଗଳବାର ଦିନ ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ରାସନକାର୍ଡ ଧାରୀଙ୍କୁ ମାଗଣାରେ ଚାଉଳ ଓ ଚୀନ ଦିଆଯିବା ସହ 1000 ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାସନ୍‌ ସାମଗ୍ରୀ ନେବା ପାଇଁ ଲୋକେ ମାନେ ଲମ୍ବା ଧାଡ଼ି ବା ଗହଳି କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ସେମାନଙ୍କୁ ଏକ ଟୋକନ୍‌ ଦିଆଯିବ । ଏହା ସାହାଯ୍ୟରେ ସେମାନେ ସୁବିଧାରେ ରାସନ ସାମଗ୍ରୀ ନେଇ ପାରିବେ । ସେହିପରି ରାସନକାର୍ଡ ଧାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି ।

  • ଯେଉଁ ରାସନ କାର୍ଡଧାରୀମାନେ ମାର୍ଚ୍ଚ ମାସର ରାସନ ସାମଗ୍ରୀ ନେଇନାହାନ୍ତି, ସେମାନେ ଅପ୍ରେଲ୍‌ ମାସରେ ନେଇପାରିବେ ।
  • ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ 1000ଟଙ୍କାର ସାହାଯ୍ୟ ମିଳିପାରିବ ।
  • ରିକ୍ସା ଚାଳକ, ଅଟୋ ରିକ୍ସାବାଲାଙ୍କୁ ଅତିରିକ୍ତ 100ଟଙ୍କାର ସାହାଯ୍ୟ ମିଳିବ ।
  • ବରିଷ୍ଠ ନାଗରିକଙ୍କୁ ଅଙ୍ଗନଓ୍ବାଡି ତରଫରୁ ମାଗଣା ଖାଦ୍ୟର ସୁବିଧା ମିଳିବ
  • ଅଟୋ ଡ୍ରାଇଭରଙ୍କୁ ରନ୍ଧା ତେଲ ଓ ଚାଉଳ ଆଦିର ସୁବିଧା ଦିଆଯିବ ।
  • ସେହିପରି ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କୁ ରନ୍ଧା ତେଲ ଓ ଏକ କିଲୋ ଚାଉଳ ଅତିରିକ୍ତ ଭାବରେ ଯୋଗାଇ ଦିଆଯିବ ।
  • ଅମ୍ମା କ୍ୟାଣ୍ଟିନ୍‌ ତରଫରୁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯିବ ।
  • ଅଣ ସଙ୍ଗଠିତ କ୍ଷେତ୍ରଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ 3250 କୋଟିର ରିଲିଫ୍‌ ଫଣ୍ଡର ପ୍ରସ୍ତୁତ କରାଯାଇଛି ।

ତାମିଲ୍‌ନାଡୁରେ ଏପର୍ଯ୍ୟନ୍ତ 12ଟି କରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସରକାର ଧାରା 144 ଲଗାଇବା ସହିତ ଲକ୍‌ଡାଉନ୍‌ର ଘୋଷଣା ମଧ୍ୟ କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇ ସମୀକ୍ଷା ବୈଠକ: ଇଂଲଣ୍ଡଠାରୁ ପରାଜୟ ପରେ ଅଡୁଆରେ ସପୋର୍ଟ ଷ୍ଟାଫ୍

July 26, 2026

ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ପାଇଁ ଚୟନ ଯୁବକଯୁବତୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

July 26, 2026

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଜାଣନ୍ତୁ ଏମିତି କାହିଁକି ହୁଏ?

July 26, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026
Latest News

ବିସିସିଆଇ ସମୀକ୍ଷା ବୈଠକ: ଇଂଲଣ୍ଡଠାରୁ ପରାଜୟ ପରେ ଅଡୁଆରେ ସପୋର୍ଟ ଷ୍ଟାଫ୍

July 26, 2026

ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ପାଇଁ ଚୟନ ଯୁବକଯୁବତୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

July 26, 2026

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଜାଣନ୍ତୁ ଏମିତି କାହିଁକି ହୁଏ?

July 26, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.