ଓଡିଶାର 4ର୍ଥ କରୋନା ଆକ୍ରାନ୍ତ, ଆଜି ପର୍ଯ୍ୟନ୍ତ 610 ଜଣ ପରୀକ୍ଷା ପରେ 4 ଜଣଙ୍କର ବାହାରିଲା ପଜେଟିଭ

Published: Mar 31, 2020, 11:11 pm IST
ଭୁବନେଶ୍ବର, ପୁଣି ଆଉ ଏକ କରୋନା ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହାର ସଂଖ୍ୟା 4କୁ ବୃଦ୍ଧି ପାଇଛି। 29 ବର୍ଷ ବୟସ୍କ ଭଦ୍ରକର ଏହି ବ୍ୟକ୍ତି ଜଣଙ୍କ ଦୁବାଇରୁ ଆସିଥିଲେ। ବର୍ତ୍ତମାନ ଓଡିଶାରୁ ଚିହ୍ନଟ ହୋଇଥିବା 4 ରୋଗୀଙ୍କ ମଧ୍ୟରୁ 3 ଜଣ ବିଦେଶରୁ ଆସିଥିବା ବେଳେ କେବଳ 3ୟ ପଜେଟିଭ ଜଣଙ୍କ ନୂଆଦିଲ୍ଲୀରୁ ଆସିଥିଲେ।
ଓଡିଶା ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା 610 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିବା ବେଳେ ମାତ୍ର 4 ଜଣଙ୍କର ପଜେଟିଭ ମିଳିଛି। ଆଜି 137 ଜଣଙ୍କର ସାମ୍ପୁଲ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଆରଏମଆରସି ରେ 119 ଟି, ଏମସରେ 15ଟି ଏବଂ ଏସସିବିରେ 3 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିଲା। କେବଳ ଏମସରେ ପରୀକ୍ଷା କରାଯାଇଥିବା ଜଣଙ୍କର ପଜେଟିଭି ଛାଡି ଦେଲେ ଆଉ ସବୁ ନେଗେଟିଭ ରିପୋର୍ଟ ଆସିଛି।

Related posts