ଦେଶରେ କୋଭିଡ-19 ର 10ଟି ହଟସ୍ପଟ ବା ସାଂଘାତିକ ସଂକ୍ରମଣ ସ୍ଥାନ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗ ଜାରୀ କଲା ଏହି ସ୍ଥାନର ନାମ

Published: Apr 1, 2020, 11:58 am IST

ନୂଆଦିଲ୍ଲୀ, ଦେଶର ବର୍ତ୍ତମାନ କୋଭିଡ-19ର 10ଟି ହଟସ୍ପଟ ରହିଛି। ଏହି ସ୍ପଟ ବା ସ୍ଥାନରେ କୋଭିଡ 19 ଭୂତାଣୁର ଆକ୍ରାନ୍ତ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। କାରଣରେ କୁହାଯାଇଛି ଯେ, ଦେଶର ଏହି 10ଟି ସ୍ଥାନରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟତଃ ସରକାରଙ୍କ ଯେଉଁ ଗାଇଡ ଲାଇନ ରହିଛି ତାହାକୁ ଏହି ସ୍ଥାନର ଜନସାଧାରଣ ଉଲ୍ଲଘଂନ କରିଛନ୍ତି। ଫଳରେ ବର୍ତ୍ତମାନ ଏହି 10ଟି ସ୍ଥାନ ସାଂଘାତିକ ସଂକ୍ରମଣ ସ୍ଥାନ ବୋଲି କୁହାଯାଇପାରେ।

ସରକାରଙ୍କ ଅନୁସାରେ ଯେଉଁ 10ଟି ହଟସ୍ପଟ ଚିହ୍ନଟ ହୋଇଛି ସେଗୁଡିକ ହେଲା..

ଦିଲ୍ଲୀ- ନିଜାମୁଦ୍ଦିନ ଏବଂ ଦିଲସାତ୍

ଉତ୍ତର ପ୍ରଦେଶ- ନୋଏଡା ଏବଂ ମିଟର

ରାଜସ୍ଥାନ-ଭିଲୱାଡା

କେରଳ-କେସରଗଡ ଏବଂ ପଥନମଥିତ୍ତ

ଗୁଜୁରାଟ-ଅହମ୍ମଦାବାଦ

ମହାରାଷ୍ଟ୍ର-ମୁମ୍ବାଇ ଏବଂ ପୁନେ

ତେବେ ଏହି ହଟସ୍ପଟ ସଂଖ୍ୟା ଖୁବ ଶିଘ୍ର ବଢିପାରେ ବୋଲି ସ୍ବାସ୍ଥ୍ୟ ବିଭାଗର ଯୁଗ୍ନ ସଚୀବ ଲବ ଅଗ୍ରୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମୁଖ୍ୟତଃ ଲୋକମାନେ ସାବଧାନତା ଅବଲମ୍ବନ ନ କରୁଥିବାରୁ ଏହି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

Related posts