Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜାମୁଦ୍ଦିନ ମରକଜକୁ ନେଇ ବଡ ଖୁଲାସା କଲା କ୍ରାଇମ୍‌ ବ୍ରାଞ୍ଚ : ଧର୍ମ ସମ୍ମିଳନୀରେ ସାମିଲ୍‌ ଥିଲେ ଚୀନ୍‌ରୁ ଛଅ ଜଣ
ଆଜିର ଖବର

ନିଜାମୁଦ୍ଦିନ ମରକଜକୁ ନେଇ ବଡ ଖୁଲାସା କଲା କ୍ରାଇମ୍‌ ବ୍ରାଞ୍ଚ : ଧର୍ମ ସମ୍ମିଳନୀରେ ସାମିଲ୍‌ ଥିଲେ ଚୀନ୍‌ରୁ ଛଅ ଜଣ

April 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :ନିଜାମୁଦ୍ଦିନ ମରକଜ ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସ୍ କ୍ରାଇମ୍‌ ବ୍ରାଞ୍ଚ ହାତର ରହିଛି। ଏହି ମାମଲାର ଯାଞ୍ଚ କଲାପରେ ଜଣାପଡିଛି ଯେ ଏହି ମରକଜରେ 67 ଦେଶର 2041 ଜଣ ବିଦେଶୀ ଯୋଗଦେଇଥିଲେ । ଏହି ବିଦେଶୀଙ୍କ ମଧ୍ୟରେ ଚୀନ୍‌ର 9 ଜଣ ଲୋକେ ରହିଥିଲେ । ତେବେ ଏହି ମରକଜରେ ଅଧିକାଂଶ ଲୋକେ ଇଣ୍ଡୋନେସିଆ, ବାଂଲାଦେଶ ଓ ଥାଇଲାଣ୍ଡର ରହିଥିବାବେଳେ ବିଦେଶୀଙ୍କ ଉପରେ କ୍ରାଇମବ୍ରାଞ୍ଚ ଫୋକସ୍‌ ରଖିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଧର୍ମୀୟ ସମ୍ମିଳନୀରେ ବାଂଲାଦେଶରୁ 497ଜଣ, ଇଣ୍ଡୋନେସିଆରୁ 553 ଜଣ, ମାଲେସିଆରୁ 118ଜଣ, କର୍ଗିସ୍ତାନରୁ 145 ଜଣ, ମିଆଁମାରରୁ 117ଜଣ, ଥାଇଲାଣ୍ଡରୁ 151ଜଣ, ଚୀନରୁ 9 ଜଣ, ଅନ୍ୟ ସମସ୍ତ ଦେଶରୁ 451 ଜଣ ରହିଥିଲେ । ସେହିପରି ଏହି ଧର୍ମୀୟ ସମ୍ମିଳନୀରେ ଯୋଗଦେଇଥିବା ଭାରତୀୟଙ୍କୁ ମଧ୍ୟ ଖୋଜା ଯାଇ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି ।

କ୍ରାଇମ୍ ବ୍ରାଞ୍ଚ ସୂତ୍ର ଅନୁସାରେ ଏହି ମରକଜରେ ସାମିଲ୍‌ ରହିଥିବା ବିଦେଶୀମାନେ ଅଧିକାଂଶ ଟୁରିଷ୍ଟ ଭିସାରେ ଆସିଥିଲେ । ତେବେ ଟୁରିଷ୍ଟ ଭିସାରେ ଆସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍‌ ହେବାକୁ ନେଇ ଏବେ ଏକ ପ୍ରଶ୍ନ ଉଠିଛି ।  ସେହିପରି ଏହି ମାମଲାରେ ମରକଜର ପ୍ରମୁଖ ମୌଲାନା ସାଦଙ୍କ ସମେତ 7 ଜଣ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହି ମରକଜକୁ 36 ଘଣ୍ଟା ସମୟ ମଧ୍ୟରେ ଖାଲି କରାଯାଇଥିଲା । ଏହି ମରକଜରୁ ପାଖାପାଖି 2300ରୁ ଅଧିକ ଲୋକେ ବାହାରିଥିଲେ । ସମସ୍ତଙ୍କୁ କ୍ବାରେଣ୍ଟାଇ୍‌ ସେଣ୍ଟର ପଠାଯିବା ସହିତ କିଛି ଲୋକଙ୍କୁ ହସ୍ପିଟାଲରେ ରଖାଯାଇଛି । (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Latest News

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.