
ଋଞ୍ଜିତ ପଣ୍ଡା
କୁଜଙ୍ଗ : ଲକ୍ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍ଡାଉନ୍କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।