
ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କରିଛି ସଶସ୍ତ୍ର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) । କରୋନା ଭାଇରସ୍ ମୁକାବିଲା ପାଇଁ ବିଏସ୍ଏଫ୍ ପକ୍ଷରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ସଶସ୍ତ୍ର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ଗୋଟିଏ ଦିନର ବେତନକୁ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି । ବିଏସ୍ଏଫ୍ ପକ୍ଷରୁ ୩୩,୨୮,୫୭,୫୦୪ ଟଙ୍କାର ଏକ ଚେକ୍ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଥିବା ନେଇ ବିଏସ୍ଏଫ୍ ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୫୩ ଛୁଇଁଥିବା ବେଳେ ୨୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।