
ଭୁବନେଶ୍ବର: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି କୋଭିଡ୍ ହସ୍ପିଟାଲ। ଏହି ଅବସରରେ 5ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରିଛନ୍ତି। 5ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ମଧ୍ୟ ଏହି ଗସ୍ତରେ ରହିଥିଲେ। ଉଭୟ ନିର୍ମାଣଧୀନ ହସ୍ପିଟାଲରେ ପହଞ୍ଚି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଖୁବଶୀଘ୍ର ଏହି କୋଭିଡ୍ ହସ୍ପିଟାଲ୍ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡିରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।