Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇରେ ବର ଆଉ ବରେଲୀରେ ବଧୂ : ଅନ୍‌ଲାଇନ୍‌ରେ ପୂରା ବିଧି ମୁତାବକ ବିବାହ କରି ଚର୍ଚ୍ଚାରେ ଦୁହେଁ
ଆଜିର ଖବର

ମୁମ୍ବାଇରେ ବର ଆଉ ବରେଲୀରେ ବଧୂ : ଅନ୍‌ଲାଇନ୍‌ରେ ପୂରା ବିଧି ମୁତାବକ ବିବାହ କରି ଚର୍ଚ୍ଚାରେ ଦୁହେଁ

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦେଶରେ ବାହାଘରକୁ ସ୍ଥଗିତ ରଖାଯାଇଛି । ଲକ୍ ଡାଉନ୍‌ ଯୋଗୁଁ ଏବେ ଅନ୍‌ଲାଇନ୍‌ରେ ବାହାଘର ହେଉଛି । ୟୁପିର ବରେଲୀରେ ଏକ ଅନନ୍ୟ ବାହାଘର ଅନୁଷ୍ଠିତ ହୋଇଛି । ଏହି ବାହାଘରଟି ଅନ୍‌ଲାଇନ୍‌ରେ ହୋଇଥିବାବେଳେ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମ୍ପନ୍ନ କରାଯାଇଥିଲା । ଏହି ବାହାଘରରେ ପଣ୍ଡିତ ମନ୍ତ୍ରୋଚାରଣ କରିବା ସହିତ ସମସ୍ତ ବିଧି ଅନୁସାରେ ଏହି ବିବାହକୁ ଶେଷ କରାଯାଇଥିଲା ।

ଅନ୍‌ଲାଇନ୍‌ରେ ସପ୍ତପଦୀ ନେବା ସହିତ ଅନ୍‌ଲାଇନ୍‌ରେ ଅତିଥିମାନେ ମଧ୍ୟ ସାମିଲ୍‌ ରହିଥିଲେ । ଅନ୍‌ ଲାଇନରେ ଢୋଲ୍‌-ମହୁରୀ ମଧ୍ୟ ବଜାଯାଇଥିଲା । ନାଚ, ଗୀତ ସହିତ ମଜା ମସ୍ତି ସବୁ ହୋଇଥିଲା କିନ୍ତୁ ଏହା ସମସ୍ତ ସୋସିଆଲ୍‌ ଡିଷ୍ଟାନ୍ସିଂର ପାଳନ କରାଯାଇଥିଲା।

ବରେଲୀର କିର୍ତ୍ତୀ ସହିତ ମୁମ୍ବାଇର ସୁଷେନଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । କୀର୍ତ୍ତି ଓ ସୁଷେନ୍‌ ଫେବୃଆରୀ 21ରେ କୋର୍ଟ ମ୍ୟାରେଜ୍‌ କରିଥିବାବେଳେ ସାମାଜିକ ବିଧିବିଧାନ ସହ ଏପ୍ରିଲ୍‌ 19 ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କରୋନା ଭାଇରସ୍‌ ଯୋଗୁଁ ଲକ୍ ଡାଉନ୍‌ ଜାରି ହୋଇଯାଇଥିଲା । ଏହି ସମୟରେ ବର ବଧୂ ଦୁହେଁ ସାଦୀଡଟ୍‌କମ୍‌ ସହ ସମ୍ପର୍କ କରି ବାହାଘର କରିବା ନେଇ ନିଷ୍ପତ୍ତି ନେଇଥିଲେ ।

ସାଦିଡଟ୍‌କମ୍  ଏବେ ବର – ବଧୂଙ୍କୁ ନିଜ ନିଜ ଘରେ ବସାଇ ବିବାହ କରାଇବାର ନିଷ୍ପତ୍ତି ନେଇଥିଲେ ।  ଗତ ରବିବାର ଦିନ କୀର୍ତ୍ତି ଓ ସୁଷସନ୍‌ଙ୍କ ଅନଲାଇନ୍‌ରେ ପୂରା ବିଧି ମୁତାବକ ବିବାହ ସମ୍ପନ୍ନ ହୋଇଛି ।  ଦୁହେଁ ସାମାଜିକ ଦୂରତ୍ବକୁ ଆଖି ଆଗରେ ରଖି ଦୁହେଁ ଅନ୍‌ଲାଇନ୍‌ରେ ବିବାହ କରିବା ନେଇ ନିଷ୍ପତ୍ତି ନେଇଥିଲେ କୀର୍ତ୍ତି ଓ ସୁସେନ୍‌ ।

ପଣ୍ଡିତଜୀ ଅନ୍‌ଲାଇନ୍‌ରେ ମନ୍ତ୍ରୋଚାରଣର କରିବା ସହିତ ବିବାହର ସମସ୍ତ ବିଧି ସମ୍ପନ୍ନ କରାଇଥିଲା । ପଣ୍ଡିତ୍‌ଜୀ କହିବାନୁସାରେ ଭାରତୀୟ ସନାତନ ରୀତି ଅନୁସାରେ ଦୁଇ ପରିବାରଙ୍କ ସହମତିରେ ଅନ୍‌ଲାଇନରେ ଏହି ବିବାହ ସମ୍ପନ୍ନ ହୋଇଛି । ବର କନ୍ୟା ପାଖାପାଖି ନଥିବାରୁ ବର ଓ କନ୍ୟାଙ୍କ ପୂଜନ ଯଥା ସିନ୍ଦୂର ଦାନ, ହଓ୍ବନ ଓ କନ୍ୟା ଦାନ ମାତାପିତାଙ୍କ ଦ୍ବାରା କରାଯାଇଥିଲା ।(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026
Latest News

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026

୧୩ ଦିନ ପରେ ଆକ୍ରମଣ ବନ୍ଦ କଲା ଆମେରିକା!: ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଟ୍ରମ୍ଫ?

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.